ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଓଡ଼ିଶା ଆସିବେ ରାହୁଲ ଗାନ୍ଧି । କଂଗ୍ରେସର ମହିଳା ବିରୋଧୀ ହିଂସା କାର୍ଯ୍ୟକ୍ରମରେ ଯୋଗ ଦେବେ । ଜୁଲାଇ ଦ୍ୱିତୀୟ ସପ୍ତାହରେ ରାହୁଲ ଗାନ୍ଧି ଓଡ଼ିଶା ଆସିବା ନେଇ ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ରାହୁଲଙ୍କ ସହ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡ଼ିଶା ଆସିବେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ବିଶାଳ ସମାବେଶ ଆୟୋଜନ ହେବ । ଏନେଇ ଖୁବଶୀଘ୍ର ତାରିଖ ଧାର୍ଯ୍ୟ ହେବ ବୋଲି ପିସିସି ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ଡବଲ ଇଞ୍ଜିନ ଫେଲ୍ ସହ ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ବିରୁଦ୍ଧରେ ହେବ ସମାବେଶ। ହଜାର ହଜାର କର୍ମୀ ଓ ନେତା ଏହି ସମାବେଶରେ ଯୋଗ ଦେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

Post Views30 Total Count

Apply Now


This will close in 0 seconds

error: Content is protected !!