ଖୋର୍ଦ୍ଧା ଜିଲ୍ଲାରେ ଜୁନ୍‌ ୨୫ ଯାଏଁ ସକାଳୁଆ ସ୍କୁଲ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗତକାଲି ପ୍ରାୟ ୭ଟି ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଗ୍ରୀଷ୍ମ ଅବକାଶକୁ ୨୨ ତାରିଖ ଯାଏଁ ବୃଦ୍ଧି କରାଯାଇଥିଲା। ତେବେ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇନଥିଲା। ଆଜି ପ୍ରଶାସନ ପକ୍ଷରୁ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ୨୫ ତାରିଖ ଯାଏଁ ସକାଳୁଆ ହେବ ବୋଲି କୁହାଯାଇଛି।
ଆଜି ସମଗ୍ର ଶିକ୍ଷା ଅଧ୍ୟକ୍ଷ ତଥା ଜିଲ୍ଳାପାଳଙ୍କ ସ୍ବାକ୍ଷରିତ ବିଜ୍ଞପ୍ତି ଅନୁସାରେ, ସମସ୍ତ ସରକାରୀ ଓ ବେସରକାରୀ ଏବଂ ଘରୋଇ କର୍ତ୍ତୃପକ୍ଷଙ୍କ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼କର ଶିଶୁବାଟିଟା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପୂର୍ବାହ୍‌ଣ ୬ଟା ୩୦ ମିନିଟ୍‌ରୁ ୧୦ଟା ୩୦ ମିନିଟ୍‌ଯାଏଁ ସ୍କୁଲ ଖୋଲିବ। ଏହି ନିର୍ଦ୍ଦେଶ ୧୯ ତାରିଖରୁ ୨୫ ତାରିଖ ଯାଏଁ ବଳବତ୍‌ତର ରହିବ। 
ଏହା ସହ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ବିଦ୍ୟାଳୟରେ ପାନୀୟ ଜଳ, ଓଆର୍‌ଏସ୍‌, ପ୍ରାଥମିକ ଚିକିତ୍ସା ଓ ବିଦ୍ୟାଳୟର ପର୍ଯ୍ୟାପ୍ତ ବାତୟାତର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସରକାରୀ ସ୍କୁଲଗୁଡ଼ିକରେ ମଧ୍ୟାହ୍‌ଣ ଭୋଜନ ପୂର୍ବବତ୍‌ ଚାଲିବ। କିନ୍ତୁ ଏସ୍‌ଆଇଆର୍‌ ଓ ପରୀକ୍ଷା ଦାୟିତ୍ବରେ କୌଣସି ପରିବର୍ତନ ଘଟିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। 

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!