ଖରାରେ ହଉଥିବା ଗରମରୁ ମୁକ୍ତି ପାଇବେ ଟ୍ରକ୍ ଡ୍ରାଇଭର । ଟ୍ରକରେ ଏସି ସିଷ୍ଟମ୍ ଇଂଷ୍ଟଲ କରିବା ପାଇଁ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଗତମାସରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଟ୍ରକ୍ କ୍ୟାବିନରେ ଏସି ଲଗାଇବା ପ୍ରସ୍ତାବ ଆଣିଥିଲେ ।
ପ୍ରଚଣ୍ଡ ଖରାରେ ଟ୍ରକ୍ ଚାଳକ କିପରି ଆରମରେ କିପରି କାମ କରିପାରିବେ ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଥିଲା । ଏବେ ଏହାକୁ ମଞ୍ଜୁରୀ ଦିଆଯାଇଛି
କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଏନେଅ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଟ୍ୱିଟ୍ କରି କହିଛନ୍ତି, ଏନ୍-୨ ଏବଂ ଏନ୍-୩ କାଟାଗୋଟିରେ ଆସୁଥିବା ଟ୍ରକ୍ ଗୁଡିକୁ ଏୟାର କଣ୍ଡିସନ୍ ସିଷ୍ଟମ୍ କରିବା ପାଇଁ ଯେଉଁ ପ୍ରସ୍ତାବ ଆଗତ ହୋଇଥିଲା ତାହାକୁ ମଞ୍ଜୁରୀ ମିଳିଛି ।
ସଡକ ସୁରକ୍ଷା ଦିଗରେ ଟ୍ରକ୍ ଚାଳକଙ୍କ ବଡ ଭୂମୀକା ରହିଛି । ତେଣୁ ଏହି ନିଷ୍ପତି ସଡକ ସୁରକ୍ଷା ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି ।

