ଅପହରଣ କାହାଣୀର ସତ ସାମ୍ନାକୁ ଆଣିଲେ ଚନ୍ଦକା ଥାନା ପୋଲିସ । ଅପହରଣ ନୁହେଁ, ନିଜ ଇଚ୍ଛାରେ ସ୍କୁଲରୁ ଯାଇଥିଲେ ଦୁଇ ଛାତ୍ର । କିଏ କହୁଥିଲା ଗୁଣି ଗାରେଡ଼ି ସନ୍ଦେହ ତ ଆଉ କିଏ କହୁଥିଲା ଆନ୍ତଃରାଜ୍ୟ ପିଲା ଚୋର ଗ୍ୟାଙ୍ଗ ତାଙ୍କୁ ଅପହରଣ କରିନେଇଛି।
କିନ୍ତୁ ଭରତପୁର ଛକ ଏବଂ ଫାୟାର ଷ୍ଟେସନ୍ ଛକରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଦୃଶ୍ୟ କଏଦ ହେବା ପରେ ଦୁଇ ନାବାଳକଙ୍କୁ ଅପହରଣ ନୁହେଁ ବୋଲି ସ୍ପଷ୍ଟ କରିଛି ଚନ୍ଦକା ଥାନା ପୋଲିସ ।
ଗତ ତିନିଦିନ ତଳେ ଚନ୍ଦକାର ଏକ ଘରୋଇ ସ୍କୁଲରୁ ନିଖୋଜ ହୋଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ରଙ୍କ ସତ ଧରିଛି ସିସିଟିଭି । ଦୁଇ ଜଣ ଅଟୋରୁ ଓହ୍ଲାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ହେଲେ ଦୁଇଜଣ ନାବାଳକଙ୍କୁ କିଡନାପ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା ।

