DN ଗ୍ରୁପରେ ଚତୁର୍ଥ ଦିନରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗ । ଚତୁର୍ଥ ଦିନରେ ନୟାପଲ୍ଲୀ ମୁଖ୍ୟ ଅଫିସରେ ପଚରାଉଚରା ସହ ଜବତ କାଗଜପତ୍ର ଯାଞ୍ଚ କରାଯାଉଛି । ସଂସ୍ଥା କେବେଠାରୁ ଓ କେତେ ଟଙ୍କା ଟିକସ ଫାଙ୍କିଛି ତାହା ସ୍ପଷ୍ଟ କରିନି ତଦନ୍ତକାରୀ ଟିମ୍ । ଜଗଦୀଶ ନାୟକ ଓ ଆସୋସିଏଟଙ୍କ ଘରେ ରେଡ୍ ବେଳେ ୧୧କୋଟିରୁ ଅଧିକ ଜବତ କ୍ୟାସ ଆରବିଆଇକୁ ପଠାଯାଇଛି।
କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଖଟ ତଳେ ଥିବା ଟ୍ରଙ୍କରୁ ୧୧କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଠାବ କରାଯାଇଥିଲା। ଏହାସହ ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କ ଅଫିସରୁ ଶହେ କୋଟିରୁ ଉର୍ଦ୍ଧ୍ବ କ୍ୟାସ ରସିଦ ଠାବ କରାଯାଇଛି।
ତଦନ୍ତକାରୀ ଟିମ୍ ହାତରେ ଲାଗିଥିବା ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକରକୁ ସ୍କାନର ପରିସରଭୁକ୍ତ କରାଯାଇଛି।
କୋଟି କୋଟି ଟଙ୍କାର ହିସାବ ପାଇଁ ଜଗଦିଶ ଓ ଚନ୍ଦ୍ରଶେଖରଙ୍କୁ ମୁହାଁମୁହିଁ ପଚରାଉଚରା ହେଉଥିବା ସୂଚନା ମିଳିଛି ।

