ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ

ବାଲେଶ୍ୱର ଜିଲ୍ଲା ବାହନଗାରେ ଦୁର୍ଘଟଣାର କାରଣ ଖୋଜିବା ପାଇଁ ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯାଇଛି । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ଓ କେଉଁମାନେ ଦାୟୀ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ରବିବାର ସନ୍ଧ୍ୟାରେ କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ।

୪୦ ଘଣ୍ଟାରୁ ଅଧିକ ସମୟ ଧରି ଅକ୍ଲାନ୍ତ ପରିଶ୍ରମ ପରେ ବାଲେଶ୍ୱର ବାହାନଗାରେ ଗୋଟିଏ ରୁଟ୍ ମରାମତି ସଂପୂର୍ଣ୍ଣ ହୋଇଛି । ଡାଉନ୍ ମେନ୍ ଲାଇନ୍ ପୁରା ଫିଟ୍ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ସୂଚନା ଦେଇଛନ୍ତି ।

ଏହି ରୁଟରେ ଏବେ ଟ୍ରେନ୍ ଚଳାଚଳ କରିପାରିବ ।
ସେହିପରି ଟ୍ରେନ୍ ଦୁର୍ଘଟଣା ପରେ ବାଲେଶ୍ୱର, ଭଦ୍ରକ, ସୋରର ବନ୍ଧୁଙ୍କ ସମେତ ରେଳବାଇ ଓ ଜିଲ୍ଲା ପ୍ରଶାସନ ମିଶି ଉଦ୍ଧାର କାର୍ଯ୍ୟ କରିଥିବା ସେ କହିଛନ୍ତି । ରେସ୍କ୍ୟୁ ସହିତ ମରାମତି କାମ ମଧ୍ୟ ସମାନ୍ତରାଳ ଭାବରେ ଚାଲିଛି ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!