ମିଶନ ଶକ୍ତି ବଜାରରେ ପହଞ୍ଚିଲେ ବିଲ ଗେଟସ୍

ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟସ୍। କୃଷି ଭବନ ପରିଦର୍ଶନ କରି କୃଷି ସମୀକ୍ଷା କେନ୍ଦ୍ରର ଅନୁଧ୍ୟାନ କରିଛନ୍ତି। ଏହାପରେ ମିଶନ ଶକ୍ତି ବଜାରରେ ପହଞ୍ଚିଥିଲେ ବିଲ ଗେଟସ୍। ମିଶନ ଶକ୍ତି ବଜାର ଭିତରକୁ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଲ୍ ଗ୍ରେଟସଙ୍କୁ ସ୍ବାଗତ କରି ପାଛୋଟି ନେଇଥିଲେ।

ପ୍ରଥମେ କୋରାପୁଟ କାଫେ ବୁଲି ଦେଖିଛନ୍ତି ବିଲ୍ ଗ୍ରେଟସ୍। ଏହାପରେ ବଜାରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମୌଳିକ ଉତ୍ପାଦ ବିକ୍ରିବଟା ପାଇଁ ମିଶନ ଶକ୍ତି ବିଭାଗ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ଥିବା ଏହି ବଜାର ବୁଲି ଦେଖିଥିଲେ।

ତେବେ ବିଲ୍ ଆଣ୍ଡ ମେଲିନ୍ଦା ଗେଟସ୍ ଫାଉଣ୍ଡେସନର ବୈଷୟିକ ସହଯୋଗରେ ଚାଲିଛି କୃଷି ସମୀକ୍ଷା କେନ୍ଦ୍ର। କୃଷିର ଇଣ୍ଟିଗ୍ରେଟେଡ୍ କମାଣ୍ଡ ସିଷ୍ଟମ ଭାବେ କୃଷି ସମୀକ୍ଷା କେନ୍ଦ୍ର କାମ କରୁଛି । କୃଷି ସମୀକ୍ଷା କେନ୍ଦ୍ର ଜରିଆରେ ଜମି ନଥିବା ଚାଷୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଉଛି ।

ଏହାପରେ ବିଲ ଗେଟସ୍ ମିଶନ ଶକ୍ତି ବଜାର ମଧ୍ଯ ଯିବାର କାର୍ଯ୍ଯକ୍ରମ ରହିଛି । ପରେ ନବୀନ ନିବାସ ଯାଇ ମୁଖ୍ଯମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ବିଲ ଗେଟସଙ୍କ ଓଡ଼ିଶା ଗସ୍ତ ଅନେକ ସମ୍ଭାବନା ନେଇଆସିଛି । ବିଶେଷକରି କୃଷି କ୍ଷେତ୍ରରେ ଏଆଇର ପ୍ରଚଳନ ଏବଂ ଜାଗାମିଶନ ଓ ମିଶନ ଶକ୍ତି କ୍ଷେତ୍ରରେ ନୂଆ।

Post Views78 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!