ନବଜାତ ଶିଶୁକୁ ଜନ୍ମ ଦେବେ ସିଦ୍ଧୁଙ୍କ ମା’ ଚରଣ କୌର ସିଂ

ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଖୁବଶୀଘ୍ର ଖୁସି ଆସିବାକୁ ଯାଉଛି । ସିଦ୍ଧୁ ମୁସେୱାଲାଙ୍କ ମା’ ଆଇଭିଏଫ୍ ଜ୍ଞାନକୌଶଳରେ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଛନ୍ତି । ସିଦ୍ଧୁ ମୁସେୱାଲାଙ୍କ ମାମୁଁ ଚମକୌର ସିଂହ ନିଜେ ଏହି ସୂଚନା ଦେଇଛନ୍ତି।

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପ୍ରଥମ ଥର ପାଇଁ ତାଙ୍କ ଘରେ ଖୁସିର ଲହରୀ ଶୁଣିବାକୁ ମିଳିବ ।୨୦୨୨ରେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସିଦ୍ଧୁ ମୁସେୱାଲା ତାଙ୍କ ପିତାମାତାଙ୍କ ଏକମାତ୍ର ପୁଅ ଥିଲେ ।

ତେଣୁ ତାଙ୍କ ପ୍ରଶଂସକମାନେ ସିଦ୍ଧୁ ପରିବାରର ଉତ୍ତରାଧିକାରୀଙ୍କ ପାଇଁ ଲଗାତାର ପ୍ରାର୍ଥନା କରୁଥିଲେ। ଏହି କାରଣରୁ ଏବେ ଆଇଭିଏଫ୍ ଟେକ୍ନୋଲୋଜି ସାହାଯ୍ୟରେ ସିଦ୍ଧୁଙ୍କ ମା’ ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନେଇଥିଲେ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!