ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କୁ ସହାୟତାର ହାତ ବଢାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ । ବାହାନଗା ଟ୍ରେନ୍ ଦୁର୍ଘଟଣାର ଫଟୋ ସେୟାର କରିବା ସହ ଟ୍ୱିଟ୍ କରି ସେହୱାଗ କହିଛନ୍ତି, ଏହି ଚିତ୍ର ଆମକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବ୍ୟଥିତ କରିବ ।
ଏଭଳି ଏକ ଦୁଃଖଦ ମୁହୂର୍ତ୍ତରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପିଲାଙ୍କର ପାଠ ପଢାର ତ ଧ୍ୟାନ ରଖିପାରିବି । ଏଭଳି ପିଲାଙ୍କୁ ସେହୱାଗ ସ୍କୁଲ ଅଫ୍ ବୋଡିଙ୍ଗରେ ମାଗଣାରେ ପଢାଇବାକୁ ଘୋଷଣା କରିଛନ୍ତି ଭାରତର ଏହି ପୂର୍ବତନ କ୍ରିକେଟର ।
ନିଜ ପ୍ରିୟଜନଙ୍କୁ ହରାଇଥିବା ସବୁ ପରିବାର ପାଇଁ ପ୍ରାର୍ଥନା ଏବଂ ସମସ୍ତ ସାହସୀ ଲୋକଙ୍କ ପାଇଁ ତାଳି, ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।

