ଶସ୍ତା ହେବ ସୁନା, ରୂପା, କ୍ୟାନ୍ସର ଔଷଧ, ମୋବାଇଲ

ଆଜି ୨୦୨୪-୨୫ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ନିର୍ମଳା ସୀତାରମଣଙ୍କ ଏହା ସପ୍ତମ ବଜେଟ । ବଜେଟରେ ଅଲଗା ଅଲଗା ସେକ୍ଟର ପାଇଁ ଘୋଷଣା ହେଉଛି । ହେଲେ ଏହି ବଜେଟରେ ସାଧାରଣ ଲୋକଙ୍କ ପାଇଁ କଣ ମହଙ୍ଗା ହେଲା ଓ କଣ ଶସ୍ତା ହେଲା ତାହା ଉପରେ ନଜର ରହିଛି ।

ତେବେ ଏହି ବଜେଟରେ କ୍ୟାନ୍ସର ଔଷଧ, ସୁନା ରୂପା ସମେତ ଅନେକ ଜିନିଷରେ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି । ଯାହା ଦ୍ୱାରା ସାଧାରଣ ଲୋକ ବେଶ ଉପକୃତ ହେବେ । ୧୫ ପ୍ରତିଶତ ସୀମା ଶୁଳ୍କ ହ୍ରାସ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା । ଅର୍ଥମନ୍ତ୍ରୀ କହିଛନ୍ତି, କ୍ୟାନ୍ସର ଔଷଧ ଶସ୍ତା ହେବ ।

ମୋବାଇଲ ଓ ମୋବାଇଲ ଚାର୍ଜର ସମେତ ଅନ୍ୟ ଉପକରଣ ବିସିଡି ୧୫ ପ୍ରତିଶତ ହ୍ରାସ କରାଯାଇଛି, ସେହିପରି ସରକାର ସୁନା, ରୂପା ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରି ୬ ପ୍ରତିଶତ କରିଦେଇଛନ୍ତି । ଯାହା ଦ୍ୱାରା ସୁନା ରୂପା ଦର ହ୍ରାସ ପାଇବ ।

Post Views82 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!