କାଲି ୪ଟାରେ ଓଡ଼ିଶାର ୧୫ ସ୍ଥାନରେ ବାଜିବ ସାଇରନ୍

ମେ’ ୭ରେ ଦେଶର ୨୪୪ଟି ଜିଲାରେ ଏକ ମକ ଡ୍ରିଲ ଅନୁଷ୍ଠିତ ହେବାକୁ ଯାଉଛି। ମଙ୍ଗଳବାର ଅର୍ଥାତ ଆଜିଠାରୁ ଏହି ଜିଲାଗୁଡ଼ିକରେ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ବୁଧବାରଠାରୁ ମକ୍ ଡ୍ରିଲ ହେବାକୁ ଥିବା ବେଳେ ଓଡ଼ିଶାରେ କେଉଁ ସ୍ଥାନରେ ଏବଂ କିଭଳି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,କାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି ମକ୍ ଡ୍ରିଲ କାର୍ଯ୍ୟକ୍ରମ ଚାଲିବ।

ଉପକୂଳବର୍ତ୍ତୀ ଜିଲା, ସହରାଞ୍ଚଳରେ ହେବ ମକ ଡ୍ରିଲ ହେବ। ଅପରାହ୍ନ ୪ଟାରେ ମକ ଡ୍ରିଲ ପାଇଁ ସାଇରନ ବାଜିବ। ଶତ୍ରୁ ପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ଜଣାଇ ଦିଆଯିବ। ପ୍ରାୟ ୫ ମିନିଟ ଧରି ସାଇରନ ବାଜିବ, ମକ ଡ୍ରିଲ ଆରମ୍ଭ ହେବ। ପୁଣି ସାଇରନ ବାଜିଲେ ମକ ଡ୍ରିଲ ସରିଲା ବୋଲି ଜଣାଇ ଦିଆଯିବ। ସାଧାରଣତଃ କଂକ୍ରିଟ ଛାତ ତଳେ ରହିବାକୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।
ଓଡ଼ିଶାର କେଉଁ ସ୍ଥାନରେ ହେବ ମକ୍ ଡ୍ରିଲ?
ତାଳଚେର
ବାଲେଶ୍ୱର
କୋରାପୁଟ
ଭୁବନେଶ୍ୱର
ଗୋପାଳପୁର
ହୀରାକୁଦ
ପାରାଦୀପ
ରାଉରକେଲା
ଭଦ୍ରକ
ଢେଙ୍କାନାଳ
ଜଗତସିଂପୁର
କେନ୍ଦ୍ରାପଡ଼ା
ଭଦ୍ରକ
ଢେଙ୍କାନାଳ
ଜଗତସିଂପୁର

Post Views53 Total Count

Apply Now


This will close in 0 seconds

error: Content is protected !!