କନ୍ଧମାଳରେ ବିଷାକ୍ତ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ବିବାଦ ଭିତରେ ବଦଳିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ। ପ୍ରମୁଖ ସଚିବ ସଞ୍ଜୟ ସିଂହଙ୍କୁ ମିଳିଛି ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ବ।
ସେପେଟ ଶକ୍ତି ବିଭାଗ ସଚିବ ପଦରୁ ହଟିଛନ୍ତି ହେମନ୍ତ ଶର୍ମା। ପ୍ରମୁଖ ସଚିବ ବିଶାଲ ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ସରକାର। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ ଦେଓରଞ୍ଜନ ସିଂହଙ୍କୁ ଅତିରିକ୍ତ ଦାୟିତ୍ବ । SRC ଦାୟିତ୍ବ ସହ OFDCର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।
କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ OPTCL ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଗିରିଶ ଏସ୍ଏନ୍ଙ୍କୁ ପଞ୍ଚାୟତିରାଜ ବିଭାଗ ଦାୟିତ୍ବ ମିଳିଥିବାବେଳେ ସ୍ବତନ୍ତ୍ର ସଚିବ ଗୁହା ପୁନମ ତାପସ କୁମାରଙ୍କୁ ମିଳିଛି ବୟନ ଓ ହସ୍ତତନ୍ତ ବିଭାଗର ଦାୟିତ୍ବ ।

