କଳିଙ୍ଗ ମିଡିଆ ସର୍ଭିସେସର ୧୪ତମ ବ୍ୟାଚ ସମାବର୍ତ୍ତନ ଏବଂ କଳିଙ୍ଗ ମିଡିଆ ସମ୍ମାନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର ସ୍ଥିତ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ପରିସରରେ କଳିଙ୍ଗ ମିଡ଼ିଆ ସର୍ଭିସେସର ୧୪ତମ ବ୍ୟାଚ ସମାବର୍ତ୍ତନ ଏବଂ କଳିଙ୍ଗ ମିଡ଼ିଆ ସମ୍ମାନ ସମର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ବାର୍ଷିଆନ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଖ୍ୟାତନାମ ସାମ୍ବାଦିକ ଶ୍ରୀରାମ ଦାସ ଯୋଗଦେଇ ଥିଲେ l

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଦୈନିକ ଖବରକାଗଜ ପ୍ରତିଦିନର ସମ୍ପାଦକ ସୁଧୀର କୁମାର ପଣ୍ଡା,ବରିଷ୍ଠ ସାମ୍ବାଦିକ ବାପି ମିଶ୍ର, ଅନୁଷ୍ଠିନର ସଭାପତି ତଥା ବରିଷ୍ଠ ଆଇନଜୀବି ଗୋକୁଳାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ କାର୍ଯ୍ୟକ୍ରମକୁ କଳିଙ୍ଗ ମିଡ଼ିଆର ନିର୍ଦେଶକ ତଥା ସମ୍ପାଦକ ଡ଼. ମହେଶ୍ବର ଅତିଥିଙ୍କ ପରିଚୟ ଦେଇଥିବା ବେଳେ ସାମ୍ବାଦିକତା ଅଧ୍ୟାପକ ଜ୍ଞାନ ଚାନ୍ଦ ମଲ୍ଲିକ, ଗୋପବନ୍ଧୁ ଦାସ, ଦୀପକ ବରାଳ, ସ୍ନେହାଞ୍ଜଳି ସେଠି, ନମିତା ନାୟକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ସମାଜରେ ଗଣମାଧ୍ୟମର ଭୂମିକା ଗୋଟିଏ ସାମ୍ବାଦିକର କାର୍ଯ୍ୟଶୈଳୀ ଉପରେ
କଳିଙ୍ଗ ମିଡ଼ିଆର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ବୁଝାଇଥିଲେ ।ତତ୍ ସହିତ କାର୍ଯ୍ୟକ୍ରମ ବାଲେଶ୍ଵର ରେ କାର୍ଯ୍ୟରତ ସାମ୍ବାଦିକ ସୁମନ ପରିଡ଼ା ,ଭୁବନେଶ୍ୱରର ସାମ୍ବାଦିକ ଡ଼ଃ ମାଧବାନନ୍ଦ ବେହୁରା ,ଶିକ୍ଷାବିତ୍ ସରୋଜ କାନ୍ତ ସାହୁ , ସାମ୍ବାଦିକ ସୁଧୀର କୁମାର ମିଶ୍ର , ଭବାନୀପାଟଣା ସାମ୍ବାଦିକ ସନ୍ତୋଷ ସିଂ ଦେଓ ,ନିଆଳିର ସାମ୍ବାଦିକ ମଧୁସ୍ମିତା ସାହୁ ,ସମାଜସେବୀ ଗଣେଶ ପରିଡ଼ା ,ବ୍ରହ୍ମପୁରର ସାମ୍ବାଦିକ ଅନନ୍ତ ନାରାୟଣ ମହାନ୍ତିଙ୍କୁ କଳିଙ୍ଗ ମିଡିଆ ସମ୍ମାନ ୨୦୨୪ରେ ସମ୍ମାନିତ କରାଯାଇଥିଲା ।ଏହା ବ୍ୟତୀତ କଳିଙ୍ଗ ମିଡିଆରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରି ସାମ୍ବାଦିକତା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଉତ୍ସାହିତ କରାଯାଇଥିଲା ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!