ଓସିଏର ନୂଆ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ ମହାନ୍ତି

ଓସିଏର ନୂଆ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ ମହାନ୍ତି । ଖାଲି ପଡ଼ିଥିବା ସଭାପତି ପଦ ପାଇଁ ସେ ଏକାକୀ ନାମାଙ୍କନ ଦାଖଲ କରିଥିଲେ । ଯାହା ଫଳରେ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

ତାହା ଭ୍ୟାଲିଡ୍ ବି ରହିଥିଲା । ଆଉ କେହି ନାମାଙ୍କନ ଦାଖଲ କରି ନଥିବାରୁ ପଙ୍କଜ ଓସିଏର ସଭାପତି ହୋଇଛନ୍ତି ।

କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ଆଗରୁ ସେ ଓସିଏର ଉପସଭାପତି ଥିଲେ । ଏହି ପଦରୁ ଇସ୍ତଫା ଦେଇ ସେ ନୂଆ ପଦ ଗ୍ରହଣ କରିବେ । ଆସନ୍ତା ଫେବୃଆରୀ ୨୩ ରେ ତାଙ୍କୁ ଏ ସଂପର୍କିତ ସାର୍ଟିଫିକେଟ ଦିଆଯିବ ।

Post Views27 Total Count

Apply Now


This will close in 0 seconds

error: Content is protected !!