ଦି କ୍ରାଉନ୍-ଆଇଏନ୍‌ସିଏଲ୍ ସେଲିକ୍ୟୁସନ୍‌ରେ କେକ୍ ମିକ୍ସି ପ୍ରିପାରେସନ୍ ଉତ୍ସବ

ଆସୁଛି ବଡ଼ଦିନ, ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଏବେ ସବୁ ଧର୍ମ ଓ ବର୍ଗର ଲୋକେ ଧୂମଧାମ୍‌ରେ ପାଳନ କରୁଛନ୍ତି। ଖ୍ରୀଷ୍ଟମାସରେ କେକ୍‌ର ଅଧିକ ଚାହିଦା ରହିଥାଏ |

ଏହାକୁ ନଜରରେ ରଖି ହୋଟେଲ ଦି କ୍ରାଉନ୍-ଆଇଏନ୍‌ସିଏଲ୍ ସେଲିକ୍ୟୁସନ୍‌ରେ କେକ୍ ମିକ୍ସି ପ୍ରିପାରେସନ୍ ଆରମ୍ଭ ହୋଇଛି। ଏହି ଅବସରରେ ହୋଟେଲ ପକ୍ଷରୁ କେକ୍‌ରେ ମିଶାଯାଉଥିବା ସମସ୍ତ ସାମଗ୍ରୀ, ଯଥା- ବିଭିନ୍ନ ଡ୍ରାଏ ଫ୍ଲୁଟ୍, ରମ୍, ବ୍ରାଣ୍ଡି, ଡ୍ରାଏ ଆପିକୋଟ୍, ଅଷ୍ଟ୍ରେଲିଆନ ଡେଟ୍ସ, ଫ୍ଲେଭର୍ ସୁଲତାନାଜ୍,ମୁରଦ୍ଧା, କୁମଡ଼ାକୁ ଏକଜୁଟ କରି ଏହାର ମିଶ୍ରଣ ପ୍ରସ୍ତୁତ କରାଯାଇଛି।ଏହାକୁ ତିଆରିକରି ଆଜିଠାରୁ ରଖାଯିବ ଓ କେକ୍ ପ୍ରସ୍ତୁତି ସମୟରେ ଏହି ମିଶ୍ରଣକୁ ସେଥିରେ ମିଶାଯିବ |

ଏହା କେକ୍‌କୁ ଏକ ଭିନ୍ନ ସ୍ବାଦ ଦେବ ବୋଲି ହୋଟେଲ ପକ୍ଷରୁ ସୂଚନା ଦିଆଯାଇଛି | କାର୍ଯ୍ୟକ୍ରମରେ ହୋଟେଲର ଜେନେରାଲ ମ୍ୟାନେଜର ଜଲପ୍ରୀତ ସିଂହ ସୋଧି ଯୋଗଦେଇ କେବଳ କେକ୍ ପ୍ରସ୍ତୁତିର ଏକ କାର୍ଯ୍ୟକ୍ରମ ନୁହେଁ ବରଂ ସମସ୍ତଙ୍କୁ ଏକାଠି କରି ଉତ୍ସବ ପାଳନ କରିବାର ମାଧ୍ୟମ ବୋଲି କହିଥିଲେ |

ଏଥିସହିତ ଖ୍ରୀଷ୍ଟମାସରେ ହୋଟେଲ ପକ୍ଷରୁ ସ୍ବତନ୍ତ୍ର ଖ୍ରୀଷ୍ଟମାସ ରାତ୍ରି ଓ ମଧ୍ୟାହ୍ନ ଭୋଜନ ଏବଂ ଖ୍ରୀଷ୍ଟମାସ ହ୍ୟାମ୍ପର୍ ପ୍ରସ୍ତୁତ କରାଯିବ ବୋଲି ସେ କହିଥିଲେ |

Post Views62 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!