ବାପ ପୁଅ ଅଲଗା ରହୁଥିଲେ ଉଭୟଙ୍କୁ ମିଳିବ ରାସନ କାର୍ଡ, ଘରକୁ ଆସିବ ଚାଉଳ

ପୂର୍ବ ସରକାର ଅମଳରେ ବହୁ ଧନୀ ଲୋକ ବିଜେଡି ନେତାମାନଙ୍କ ଜରିଆରେ ରାସନକାର୍ଡ ହାତେଇଛନ୍ତି ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ଆଜି ବିଧାନସଭାର ପ୍ରଶ୍ନକାଳରେ ପୂର୍ବ ସରକାର ଙ୍କ ଉପରେ ବର୍ଷିଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବ ସରକାର ସମୟରେ କୌଣସି ତାରତମ୍ୟ ରହିନାହିଁ କାହାକୁ ମିଳିଛି, କିଏ ଯୋଗ୍ୟ କିଏ ଅଯୋଗ୍ୟ ହିତାଧିକାରୀଙ୍କ କୌଣସି ସଠିକ ତାଲିକା ମଧ୍ୟ ନାହିଁ । ହେଲେ ବର୍ତ୍ତମାନ ସରକାର ସମୟରେ ଭୂତ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟ ରାସନକାର୍ଡରୁ ବାଦ ଦିଆଯାଉଛି, ଏପରିକି କୌଣସି ଗରିବ ଲୋକଙ୍କର ରାସନ କାର୍ଡ କଟାଯାଉନାହିଁ କି ଗରିବଙ୍କ ରାସନ କାର୍ଡ କଟାଯିବାର ସମ୍ଭାବନା ବି ନାହିଁ । ଅନ୍ୟପଟେ ଯେଉଁ ପରିବାରର ବାପପୁଅ ଅଲଗା ରହୁଥିବେ ଉଭୟଙ୍କୁ ରାସନକାର୍ଡ ଦେବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଯେଉଁଠି ଲୋକେ ଦୂରକୁ ଯାଇ ଚାଉଳ ଆଣୁଛନ୍ତି, ସେଠାରେ ହିତାଧିକାରୀମାନଙ୍କୁ ଘରକୁ ଘର ଯାଇ ଚାଉଳ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!