ଭୂତପୂର୍ବ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ

ଭୂତପୂର୍ବ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଦିବଙ୍ଗତ ନେତା ନବ ଦାସଙ୍କ ଘରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏକାଥରକେ ୨୦ରୁ ଅଧିକ ସ୍ଥାନରେ ଏହି ରେଡ କରାଯାଇଛି। ଝାରସୁଗୁଡା, ସମ୍ବଲପୁର ଓ ଭୁବନେଶ୍ବର ଭଳି ସ୍ଥାନରେ ଏହି ରେଡ କରାଯାଇଥିବା ଜଣା ପଡିଛି। ଆୟକର ଠକେଇ ନେଇ ଅଭିଯୋଗ ଆସିଥିବା ବେଳେ ୨୦ରୁ ଅଧିକ ସ୍ଥାନରେ ଇଡି ତନାଘନା ଚଳାଇଛି। ବିଭିନ୍ନ ସ୍ଥାନରେ ଇଡିର ୨୦ଟି ଟିମକୁ ଏହି ରେଡରେ ସାମିଲ କରାଯାଇଛି।

 

 

ପୂର୍ବରୁ ଚଳିତ ବର୍ଷ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ କରାଯାଇଥିଲା। ଭୁବନେଶ୍ବର ଓ ଛତିଶଗଡର ଟିମ ଏହି ରେଡରେ ସାମିଲ ହୋଇଥିବା ବେଳେ ବ୍ରଜ ଦାସଙ୍କ ଘରୁ ଏକାଧିକ ବିଳାସପୂର୍ଣ୍ଣ କାର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, କିଛି ମାସ ପୂର୍ବରୁ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏ ଆଶିଷ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲ। ଏଥିସହ ଆୟକର ବିଭାଗ ଅଧିକାରୀ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲେ।

 

ଗୁରୁବାର ହୋଇଥିବା ରେଡ ଉପରେ ନବ ଦାସଙ୍କ ପରିବାରରୁ କାହାର ପ୍ରତିକ୍ରିୟା ମିଳି ପାରି ନାହିଁ। ନବ ଦାସଙ୍କ ବିଜିନେସ ପାର୍ଟନର ସଞ୍ଜୟ ନନ୍ଦଙ୍କ ସୁନ୍ଦରଗଡ ଘରେ ରେଡ ଚାଲିଥିବା ନେଇ ସୂଚନା ମିଳିଛି।

Post Views41 Total Count

Apply Now


This will close in 0 seconds

error: Content is protected !!