ବିଶ୍ୱାସ ରହିଛି ଏହିଦିନଠାରୁ ଆରମ୍ଭ ହୋଇଥାଏ ସତ୍ୟ ଯୁଗ

ଦୀପାବଳିର ୮ ଦିନ ପରେ କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ଦିନଟିକୁ ଅଁଳା ନବମୀ ଭାବେ ପାଳନ କରାଯାଏ। ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ। ଏହି ପୁଣ୍ୟ ତିଥିରେ ଦର୍ଶନ କରାଯାଏ ଶ୍ରୀରାଧାଙ୍କ ପାଦପଦ୍ମ ।

ପବିତ୍ର ଅଁଳା ନବମୀରେ ତାଙ୍କର ପାଦ ଦର୍ଶନ ଲାଗି ଭକ୍ତଙ୍କ ମନ ବ୍ୟାକୁଳ। ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ଶ୍ରୀରାଧାରାଣୀଙ୍କର ପାଦପଦ୍ମ ଦ୍ୱୟକୁ ବର୍ଷକେ ଥରେ ନବମୀଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି। ଏହି ଦିନଟି ପ୍ରତ୍ୟେକ ଓଡିଆଙ୍କ ପାଇଁ ସ୍ୱତନ୍ତ୍ର । ଏହି ଦିନ ଅଁଳା ଗଛକୁ ମଧ୍ୟ ପୂଜା କରାଯାଏ। ଓଡ଼ିଶାର ଧର୍ମ ସଂସ୍କୃତିରେ ଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି। ବିଶ୍ୱାସ କରାଯାଏ ଯେ ସରସ୍ୱତୀଙ୍କର ରଜୋଗୁଣରୁ ଅଁଳାର ସୃଷ୍ଟି ହୋଇଛି । ଏହିଦିନଠାରୁ ସତ୍ୟ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ମଧ୍ୟ ରହିଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!