ସ୍ନାନବେଦୀରେ ଶ୍ରୀଜିଉ, ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଦାରୁ ଦିଅଁଙ୍କ ଦିବ୍ୟସ୍ନାନ ପାଇଁ ସଜେଇ ହୋଇଛି ସ୍ନାନବେଦୀ । ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର, ଲୋକାରଣ୍ୟ ହୋଇଛି ବଡଦାଣ୍ଡ । ମହାପ୍ରଭୁଙ୍କୁ ହାତୀ ବେଶରେ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ଗହଳି ଜମିଚ୍ଛି । ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିଛନ୍ତି ମହାପ୍ରଭୁ । ପୁରୀରେ ପ୍ରବଳ ଗରମ ଓ ଗୁଳୁଗୁଳି ହେଉଥିବା ବେଳେ ପ୍ରାଣମୟ ଠାକୁରଙ୍କୁ ସ୍ନାନବେଦୀରେ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ପରିଲିଖିତ ହୋଇଛି ।

 

 

Post Views35 Total Count

Apply Now


This will close in 0 seconds

error: Content is protected !!