ନବୀନ ନିବାସରୁ ଉଠିଲା ପୋଲିସ କ୍ୟାମ୍ପ୍

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଥିବା ବାସଭବନ ନବୀନ ନିବାସରୁ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। ନବୀନ ନିବାସର ଇନର କର୍ଡନ ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଛି। କେବଳ ବାହାରେ ସୁରକ୍ଷା କର୍ମୀ ମୁତୟନ ରହିଛନ୍ତି। ଯେଉଁ ପୋଲିସ ଅଧିକାରୀ ମାନେ ନବୀନ ନିବାସରେ ମୃତୟନ ଥିଲେ ସେମାନଙ୍କୁ ଅତ୍ୟତ୍ର ଦାୟିତ୍ବ ଦିଆଯାଇଛି। ବିରୋଧୀ ଦଳର ନେତା ଚୟନ ହେବା ପର୍ଯ୍ୟନ୍ତ ନବୀନ ନିବାସରେ କେତେକ ସୁରକ୍ଷା ବ୍ୟବସ୍ଥା ଅପରିବର୍ତ୍ତୀତ ରହିବ ବୋଲି ଜଣାପଡ଼ିଛି। ଗତକାଲି  ଦିନ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେବା ପରେ ଗୁରୁବାର ଦିନ ନବୀନ ନିବାସରୁ ସୁରକ୍ଷା ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି।

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!