ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଓଡ଼ିଶା ପରିଷଦର ବାର୍ଷିକ ସାଧାରଣ ଅଧିବେଶନ

ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଆଇସିସି) ଓଡ଼ିଶା ପରିଷଦର ବାର୍ଷିକ ସାଧାରଣ ଅଧିବେଶନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଇସିସି ଓଡ଼ିଶା ପରିଷଦ ରାଜ୍ୟ ସରକାରଙ୍କ ସହ ମିଳିତଭାବେ କାର୍ଯ୍ୟ କରୁଥିବାରୁ ବେଶ୍ ଗର୍ବିତ ଏବଂ ଆସନ୍ତାକାଲିର ଉଦୀୟମାନ ଓଡ଼ିଶାକୁ ନୂତନ ଭାବେ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଶିଳ୍ପନୀତିର ଉଦ୍ଦେଶ୍ୟ ସହିତ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛି। ଆଇସିସି ଓଡ଼ିଶା ପରିଷଦ ଦ୍ୱାରା ଆୟୋଜିତ ଏହି ଅନ୍ତରୀଣ ବୈଠକରେ ଆଇସିସିର ଅନ୍ୟ ସଦସ୍ୟଙ୍କ ସହ ଓଡ଼ିଶା ପରିଷଦର ଆଞ୍ଚଳିକ ମୁଖ୍ୟ ଜେ.ପି. ପାଲ୍ ପ୍ରମୁଖ ଉପସ୍ଥିତ ଥିଲେ ।

ବିଶେଷକରି ପରିଷଦର ଆଭିମୁଖ୍ୟ ଓ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପରିଶେଷରେ ୨୦୨୩-୨୪ ବର୍ଷ ପାଇଁ ଆଇସିସି ଓଡ଼ିଶା ପରିଷଦର କର୍ମକର୍ତ୍ତା ଚୟନ କରାଯାଇଥିଲା। ଏପରି କି ଜାଭାସ୍ତ୍ରା ଟେକ୍ନୋଲୋଜି ପ୍ରା.ଲିଃର ନିର୍ଦ୍ଦେଶକ ଜେ.ବି. ପାଣି ପୁନର୍ବାର ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ସେହିପରି ପରିଷଦର ବରିଷ୍ଠ ଉପାଧ୍ୟକ୍ଷ ଭାବେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତଥା ଏସ୍ଆର୍ବି ଆଣ୍ଡ ଆସୋସିଏଟ୍ସର ପ୍ରିନ୍ସିପାଲ ପାର୍ଟନର ରାଜୀବ ଶେଖର ସାହୁ ଏବଂ ଗୁପ୍ତା ପାୱାର ଇନ୍ଫ୍ରାଷ୍ଟ୍ରକ୍ଚର ଲିଃର ପରିଚାଳନା ନିର୍ଦ୍ଦେଶକ ଏମ୍.କେ. ଗୁପ୍ତା ଉପାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଇସିସି ଓଡ଼ିଶା ପରିଷଦର ବିଭିନ୍ନ ପଦକ୍ଷେପ ରାଜ୍ୟରେ ବ୍ୟବସାୟ ତଥା ଅର୍ଥନୈତିକ କାର୍ଯ୍ୟକଳାପକୁ ଅଭିବୃଦ୍ଧି କରାଇଛି।

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!