ସବୁ ଜିଲ୍ଲାରେ ଖୋଲିବ ‘କାଳିଆ’ କେନ୍ଦ୍ର

ପ୍ରତି ଜିଲ୍ଲାରେ କାଳିଆ ସେଣ୍ଟର କାର୍ଯ୍ୟକ୍ଷମ ହେବ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟମରେ ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ଗୋଟିଏ ଲେଖାଏଁ କାଳିଆ ସେଣ୍ଟର ଖୋଲିବ।

କାଳିଆ ଯୋଜନା ସମେତ ପ୍ରମୁଖ କୃଷି ଯୋଜନାଗୁଡ଼ିକର ସଫଳ ରୂପାୟନ ଦିଗରେ ଏହି ସେଣ୍ଟର କାର୍ଯ୍ୟ କରିବ। ଚାଷୀମାନଙ୍କୁ ସୂଚନା ପ୍ରଦାନ ଓ ସମସ୍ୟାର ସମାଧାନ ଦିଗରେ ଏହା ଏକ ୱାନ ଷ୍ଟପ୍ ସେଣ୍ଟର ଭାବେ କାମ କରିବ।

ଏହି କେନ୍ଦ୍ରରେ କାଳିଆ ଯୋଜନା ସମେତ କୃଷି ଉଦ୍ୟୋଗ ଯୋଜନା, ଗୋ-ସୁଗମ, ସଫଲ, କୃଷକ ଓଡ଼ିଶା ଆଦିର କାର୍ଯ୍ୟକାରିତା ଦିଗରେ ସହାୟତା ଯୋଗାଇ ଦିଆଯିବ। କାଳିଆ ସେଣ୍ଟର ପ୍ରତ୍ୟେକ ସରକାରୀ କାର୍ଯ୍ୟଦିବସରେ ସକାଳ ୧୦ଟାଠାରୁ ଅପରାହ୍ଣ ୫.୩୦ ମିନିଟ ପର୍ଯ୍ୟନ୍ତ ଖୋଲା ରହିବ।

କାଳିଆ ସେଣ୍ଟର ଚାଷୀମାନଙ୍କ ନିମନ୍ତେ କାଳିଆ ସମେତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ‘ସଫଲ’, ଗୋ-ସୁଗମ, କୃଷକ ଓଡ଼ିଶା ଆଦି କାର୍ଯ୍ୟକ୍ରମ ନିମନ୍ତେ ୱାନ୍ ଷ୍ଟପ୍ ସେଣ୍ଟର ଭାବେ କାର୍ଯ୍ୟ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଏହା ଦ୍ୱାରା ବିଭିନ୍ନ କୃଷି ଯୋଜନାଗୁଡ଼ିକ ଅଧିକ କ୍ରିୟାଶୀଳ ଓ କୃଷକପ୍ରିୟ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶା ପ୍ରକାଶ କରିଛନ୍ତି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!