ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି, କିଛି ବରିଷ୍ଠ ନେତା । ପରାଜୟ ପରେ ଦଳୀୟ ନେତାଙ୍କୁ ନବୀନଙ୍କ ଡାକରା। ବସୁଛି ବାରମ୍ବାର ବୈଠକ । କେତେବେଳେ ସାନ୍ତ୍ୱନା ପାଇଁ ତ କେତେବଳେ ଆଲୋଚନା ପାଇଁ ତ କେତେବଳେ ବିରୋଧୀ ଦଳ ଭାବେ ରଣନୀତି ପ୍ରସ୍ତୁତ ପାଇଁ । ଆଜି ମଧ୍ୟ ନବୀନ ନିବାସରେ କିଛି ବରିଷ୍ଠ ବିଜେଡି ନେତାଙ୍କ ସହ ବୈଠକ କରିଛନ୍ତି ନବୀନ ପଟ୍ଟନାୟକ । ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ ଓ ଉଷା ଦେବୀ ମଧ୍ୟ ନବୀନଙ୍କୁ ଆଜି ଭେଟିଛନ୍ତି ।
ଅନ୍ୟପଟେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା, କୌଣସି ଆଲୋଚନା ହୋଇନି । ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଲେ ନବୀନ ପଟ୍ଟନାୟକ ବୋଲି ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

