ଲୋକଙ୍କ ନେତା, ଅଞ୍ଚଳବାସୀଙ୍କ ପ୍ରିୟ ଜନନେତା, ଦଳ ପାଇଁ ଶୁଭଙ୍କର ନେତା ବିଧାୟକ ବିକ୍ରମ କୁମାର ପଣ୍ଡା । ବିଧାୟକ ପଦରେ ରହିବା ପରଠାରୁ ଅହରହ ଅଞ୍ଚଳର ଉନ୍ନତି, ଅଞ୍ଚଳବାସୀଙ୍କ ସୁବିଧା ଅସୁବିଧାର ସମାଧାନ କରିବାରେ ସଦା ସର୍ବଦା ଆଗରେ ରହି ଜନସେବାର ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ସର୍ବପ୍ରିୟ, ସର୍ବାଗ୍ରଣୀ, ସୁଦକ୍ଷ ନେତା ବିଧାୟକ ବିକ୍ରମ କୁମାର ପଣ୍ଡା। ରାଜନୀତିର ମୈଦାନରୋ ଗୋଟେ ପଟେ ସ୍ୱସର୍ବସ୍ୱ ଆଦରିବା ଅନେକ ନେତା ପ୍ରାଧ୍ୟାନ୍ୟ ଦେଉଥିବା ବେଳେ ବିଧାୟକ ବିକ୍ରମ କୁମାର ପଣ୍ଡା ସ୍ୱସର୍ବସ୍ୱକୁ ତ୍ୟାଗ କରି ଲୋକଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି।
ରାଜନୈତିକ ଯାତ୍ରା ବେଶ ସଂଘର୍ଷପୂର୍ଣ୍ଣ ଓ କଠିନ ଥିଲା। ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା । ୨୦୧୯ ମସିହାରେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ଟିକେଟରେ ଜିତି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ପୂର୍ବରୁ କଂଗ୍ରେସରେ ଥିବାବେଳେ ୨୦୧୮ ମସିହାରେ ସେ ବିଜେଡିରେ ଯୋଗ ଦେଇଥିଲେ। ପରେ ବିଜେଡି ଟିକେଟରେ ସେ ବିଜୟୀ ହୋଇ ବିଧାୟକ ହୋଇଛନ୍ତି। ନିଜ ରାଜନୈତିକ ଜୀବନ ଆରମ୍ଭରୁ ସେ ଲୋକଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି। ବିଧାୟକ ନଥିବା ସମୟରେ ମଧ୍ୟ ସେ ଲୋକଙ୍କ କାମ କିପରି ନିଜ ନିର୍ବାଚନ ମଣ୍ଡଳୀରେ ସୁରୁଖୁରୁରେ ହେବ ସେନେଇ ଯତ୍ନବାନ ଥିଲେ। ଯାହାର ଫଳ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିଛି।
ଲୋକଙ୍କ ସେବାକୁ ନିଜ ବର୍ତ୍ତି ଭାବେ ଭାବିଥିବା ବିଧାୟକ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ କାର୍ଯ୍ୟାଳୟ ଖୋଲିଛନ୍ତି। ପ୍ରତିଦିନ ସେଠାରେ ଲୋକଙ୍କ ସମସ୍ୟା ବୁଝନ୍ତି। ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଜନ୍ମ ୧୯୭୧ ମସିହାର ସେପ୍ଟେମ୍ବର ୧୧ ତାରିଖରେ ହୋଇଥିଲା। ତାଙ୍କ ବାପାଙ୍କ ନାମ କିଶୋର ଚନ୍ଦ୍ର ପଣ୍ଡା ।
ତେବେ ପ୍ରଥମରୁ ନିଜର ରାଜନୈତିକ ଜୀବନ କଂଗ୍ରେସରେ ସେ ଆରମ୍ଭ କରିଥିଲେ। ୨୦୦୦ ମସିହାରେ ପ୍ରଥମେ କଂଗ୍ରେସ ଟିକେଟରୁ ବିଧାନସଭା ପାଇଁ ବ୍ରହ୍ମପୁରରୁ ଲଢିଥିବାବେଳେ ତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା। ପରେ ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ମଧ୍ୟ ସେ ବ୍ରହ୍ମପୁରରୁ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ହେଲେ ଲୋକଙ୍କ ସେବା କରିବାର ମନୋବୃତ୍ତି କେବେ ତାଙ୍କ ନିକଟରୁ ଯାଇନାହିଁ। ହାରିକି ମଧ୍ୟ ଲୋକଙ୍କ ସହିତ ଜଡିତ ରହୁଥିଲେ ବିକ୍ରମ ପଣ୍ଡା। ଯେଉଁଥିପାଇଁ ସେ ଲଗାତାର କଂଗ୍ରେସରୁ ହାରୁଥିଲେ ମଧ୍ୟ ଭୋଟ ପ୍ରତିଶତ ପ୍ରତିଥର ବଢ଼ିବଢ଼ି ଚାଲିଥିଲା। ତେବେ ୨୦୧୮ ମସିହାରେ କଂଗ୍ରେସ ଛାଡି ସେ ବିଜେଡିରେ ଯୋଗଦେଇଥିଲେ। ପରେ ବିଜେଡି ଟିକେଟରୁ ନିର୍ବାଚନ ଲଢି ବିଜୟ ମଧ୍ୟ ହୋଇଛନ୍ତି। କିନ୍ତୁ ତାଙ୍କର ସେହି ଲୋକଙ୍କ ସେବା କରିବାର ମନବୃତ୍ତି ଏବେ ବି ଅତୁଟ ରହିଛି। ବିଧାୟକ ହୋଇ ଲୋକଙ୍କ କାମ ଯଥା ସମ୍ଭବ ପୂରଣ କରିପାରୁଥିବା ଦେଖିବାକୁ ମିଳୁଛି।
ସର୍ବୋପରି ସାଧାରଣ ଲୋକଙ୍କ ଭିତରେ ଅସାଧାରଣ ବିଧାୟକ ବିକ୍ରମ କୁମାର ପଣ୍ଡା, ସେ ବିଧାନସଭାରେ କ୍ରୀଡା ଭିତ୍ତି ଭୂମିର ବିକାଶ ପାଇଁ ବିଧାନସଭାରେ ପ୍ରଶ୍ନ କରିବା ହେଉ କିମ୍ବା ଅସହାୟ ପରିବାରର ମୃତ ମହିଳାଙ୍କ ଶବକୁ ନିଜ ଗ୍ରାମକୁ ପଠାଇବା ବ୍ୟବସ୍ଥା କରିବା କିମ୍ବା ଅସହାୟ ମହିଳାଙ୍କ ଦାହ ସଂସ୍କାର କରିବା ହେଉ, କିମ୍ବା ଘର ଘର ଦ୍ୱାର ଦ୍ୱାର ବୁଲି ଲୋକଙ୍କ ସୁଖସୁବିଧା, ଅଭାବ ଅସୁବିଧା ବୁଝି ସମାଧାନ କରିବା ସବୁ କ୍ଷେତ୍ରରେ ପାରଙ୍ଗମ ଜନନେତା ବିକ୍ରମ ପଣ୍ଡା। କୋରୋନା ମହାମାରୀ କାଳରେ ଲୋକଙ୍କ ସେବାରେ ହେଳା କରିନଥିଲେ ସେ। ଏହାସହ ସରକାରଙ୍କ ଜନ କଲ୍ୟାଣ ଯୋଜନାକୁ ସୁଦରପ୍ରସାର କରିବା, ସରକାରଙ୍କ ସମସ୍ତ ଯୋଜନାର କାର୍ଯ୍ୟକାରୀ, ଲାଭ ଯେମିତି ଗରିବଗୁରୁବାଙ୍କ ନିକଟରେ ପହଞ୍ଚାଇବା ସବୁ କ୍ଷେତ୍ରରେ ସେ ନିଜର ପରାକାଷ୍ଠା ଓ ନିଷ୍ଠାପରତା ଦେଖାଇଛନ୍ତି। ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ସମସ୍ୟାକୁ ସର୍ବାଧିକ ଗୁରୁତ୍ୱ ଦେବା ହେଉ କିମ୍ବା ଅଞ୍ଚଳରେ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବା ହେଉ ସବୁକ୍ଷେତ୍ରରେ ଆଗୁଆ ଭାବେ ଏହାକୁ ଗୁରୁତ୍ୱତା ଦେଇ ସମାଧାନ କରିବାକୁ ଅନବରତ ଚେଷ୍ଟାରତ ରୁହନ୍ତି। ବ୍ରହ୍ମପୁରକୁ ସରଳ, ସୁନ୍ଦର କରି ଗଢ଼ିତୋଳିବାର ସ୍ୱପ୍ନ ଦେଖୁଥିବା ଓ ଏଥିପାଇଁ ଆବଶ୍ୟକୀୟ କାର୍ଯ୍ୟ କରୁଥିବା ନେତା ଅଟନ୍ତି ବିଧାୟକ ବିକ୍ରମ।
ସାମ୍ପ୍ରିକ ପରିସ୍ଥିତିରେ ରାଜନୀତି ପଥହୁଡୁଥିବା ବେଳେ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଭଳି ଯୁବ ଦକ୍ଷ ରାଜନେତା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ନା ରାଜନୈତିକ ଷଡ଼ଯନ୍ତ୍ରକାରୀ, ନା ବିବାଦୀୟ, ନା ଆକ୍ରୋଶମୂଳକ ଭାଷଣବାଜି, ନା ଦୁର୍ନୀତି, ସବୁଥିବୁ ବହୁ ଦୁରରେ ରହି ଜନତାଙ୍କ ପାଇଁ ନିଜକୁ ପ୍ରଦତ୍ତ, ଉତ୍ସର୍ଗୀକୃତ କରିଥିବା ଲୋକପ୍ରିୟ ଲୋକନେତା ଅଟନ୍ତି ବିଧାୟକ ବିକ୍ରମ କୁମାର ପଣ୍ଡା।

