ସରକାରୀ କାର୍ଯ୍ୟାଳୟରୁ ହଟିବ 5T ମୋ ସରକାର ବୋର୍ଡ

ଆସିଲା ନୂଆ ସରକାର ରାଜ୍ୟରୁ ହଟିଲା ୫-ଟି । ଓଡ଼ିଶାରେ ନୂଆ ସରକାର ଗଠନ ପରେ ରାଜ୍ୟରୁ ୫ଟି ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ପରିସରରେ ଥିବା 5T ମୋ ସରକାର ବୋର୍ଡ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପରିକି ନିଜ ସୋସିଆଲ ମିଡିଆ ଏକ୍ସର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଏବଂ ତୀବ୍ରତା ଆଣିବାକୁ ପଞ୍ଚମ ପାଳିରେ ନବୀନ ସରକାର ଏହି ବ୍ୟବସ୍ଥା ଆଣିଥିଲେ । ଟ୍ରାନ୍ସପରେନ୍ସିଂ, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍ ଏବଂ ଟ୍ରାନ୍ସଫର୍ମେସନ୍ ଥିଲା ଏହି ୫ଟି ର ସଂକଳ୍ପ । ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ, ବିଜେପି ସରକାର ଏହି ୫ଟି ବ୍ୟବସ୍ଥାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!