ନିଖୋଜ ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

ଆଠଗଡ଼ର ଓରନ୍ଦା ଜଙ୍ଗଲରୁ ଉଦ୍ଧାର ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ । ମୃତଦେହଟି ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ଥାନା ପୁଲିସ ସ୍ପଷ୍ଟ କରିଛି।

ରାଜଶ୍ରୀ ଘର ପୁରୀ ଜିଲ୍ଲାର କୋଣାର୍କର ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୂଆଁରେ ଅଞ୍ଚଳରେ ବୋଲି ଜଣାଯାଇଛି। ତେବେ ରାଜଶ୍ରୀଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ସେନେଇ ସ୍ପଷ୍ଟ ହୋଇ ନାହିଁ। ପ୍ରଥମେ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍ ଓରନ୍ଦା ଜଙ୍ଗଲରୁ ମିଳିଥିଲା।

ସ୍କୁଟି ଓ ହେଲମେଟ୍ ମିଳିଥିବା ସ୍ଥାନର ୨୦୦ ମିଟର ଦୂରରେ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ରାଜଶ୍ରୀ ଗଛରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ମଙ୍ଗଳବାଗ ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ରାଜଶ୍ରୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ବାପା ମା’ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!