ଟ୍ରାଫିକ ଜାମ୍‌ ଯୋଗୁ ମୋହନ ଚରଣ ମାଝୀଙ୍କ ରୋଡ୍‌ ଶୋରେ ଆମ୍ବୁଲାନ୍ସ ଅଟକିଲା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍‌ ଶୋରେ ନୂଆପଡ଼ା ସହରର ଏକତା ଛକ ଓ ଖରିଆର ରୋଡ୍‌ ଏନ୍‌ଏସରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହା ମଧ୍ୟରେ ଯେଉଁପଟେ ଦେଖିଲେ ଜୟ ଶ୍ରୀରାମ ଓ ମୋହନ ଦାଦା ଧ୍ୱନିରେ ସହର ପ୍ରକମ୍ପିତ ହୋଇଥିଲା।
କଡା ସୁରକ୍ଷା ବଳୟରେ ରୋଡ୍‌ ଶୋ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋରେ ହଜାର ସଂଖ୍ୟାରେ ପୋଲିସ ମୁତୟନ ରହିଥିଲେ। କଡା ସୁରକ୍ଷା ବଳୟରେ ରୋଡ ଶୋ ହୋଇଥିଲା। କୌଣସି ସ୍ଥାନରେ ଯେମିତି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ପୋଲିସ ନଜର ରଖିଥିଲା।

ମୁଖ୍ୟମନ୍ତ୍ରୀ ଆସିବାରେ ୨ଘଣ୍ଟା ପୂର୍ବରୁ ଟ୍ରାଫିକ ଜାମ ହୋଇଯିବାରୁ ସାଧାରଣ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅପରାହ୍ନ ୪ଟାରୁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ କାର୍ଯ୍ୟକ୍ରମ ରହିଥିଲା। ଏହାକୁ ଦେଖିବା ପାଇଁ ଲୋକେ ଅପରାହ୍ନ ୨ଟା ପୂର୍ବରୁ ଚାଲିଆସିଥିଲେ। ରାସ୍ତା ପାର୍ଶ୍ୱରେ ଗାଡିମୋଟର ପାର୍କିଂ ଯୋଗୁ ଟ୍ରାଫିକ ଜାମ ଭଳି ସ୍ଥିତି ଉପୁଜିଥିଲା। ଏଥିଯୋଗୁ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଅଟକି ରହିଥିଲା। ସ୍ବାଭାବିକ ସ୍ଥିତି ପରେ ଆମ୍ବୁଲାନ୍ସ ଗନ୍ତବ୍ୟସ୍ଥଳକୁ ଯାଇଥିଲା।

Post Views4 Total Count

Apply Now


This will close in 0 seconds

error: Content is protected !!