ଗୋପାଳପୁରରେ କିଏ ବିଜେଡି ପ୍ରାର୍ଥୀ ?

ଦୁର୍ନୀତି ମାମଲାରେ ଛନ୍ଦି ହେବା ପରେ ବିଜେଡିରୁ ବିତାଡିତ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଉ ମାସ କେଇଟା ପରେ ନିର୍ବାଚନ, ତେଣୁ ଗୋପାଳପୁରରୁ କିଏ ବିଜେଡି ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ବ୍ୟାଟଲଫିଲ୍ଡ ହୋଇଥିବାରୁ ଦଳ ଏଠାରେ ଭାବିଚିନ୍ତି ଗୋଟିଚାଳନା କରୁଛି ।

ପ୍ରଦୀପ ଦଳରୁ ତଡା ଖାଇବା ପରେ ଗୋପାଳପୁରରେ ବିଜେଡି ସଙ୍ଗଠନ ଏବେ ଦଳର ସୁପ୍ରିମୋଙ୍କ ନାଁରେ ଆଗକୁ ବଢୁଛି । ପ୍ରଦୀପଙ୍କ ଭଳି ଜଣେ ଦାଗୀ ନେତା ବିଜେଡିକୁ କିଛି ମାତ୍ରାରେ ସ୍ଥାନୀୟ ଅଞ୍ଚଳରେ ବଦନାମ କରିଥିବା କୁହାଯାଉଛି । ଏଭଳି ସ୍ଥିତିରେ ଜଣେ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଥିବା ନେତାଙ୍କ ଉପରେ  ବିଜେଡିର ନଜର ଥିବା ଚର୍ଚ୍ଚା ହେଉଛି ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!