ବିମାନ ବନ୍ଦରରେ ବାଘ ଆତଙ୍କ !

ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବାଘ ଆତଙ୍କ । ବାଘକୁ ଦେଖିଲେ ଡ଼ମ୍ପିଙ୍ଗ ୟାର୍ଡ଼ରେ କାମ କରୁଥିବା ଜଣେ ମହିଳା କର୍ମଚାରୀ । ସକାଳ ୯ଟା ୨୯ ମିନଟ ସମୟରେ ହଳଦିଆ ରଙ୍ଗ ବାଘ ଗଛ ଚଢୁଥିବା ଦେଖିଲେ । ଭୟରେ ଦୌଡି ଯାଇ ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ବନ ବିଭାଗକୁ ସୂଚନା ଦେଇଛନ୍ତି । ବାଘକୁ ଦେଖି କାମ କରୁଥିବା ଲୋକ ଆତଙ୍କିତ ।

ରାଜଧାନୀରେ ବାଘ ଆତଙ୍କ। ବାଘ ବୁଲୁଥିବା ନେଇ ଦେଖିଥିଲେ ବିମାନ ବନ୍ଦର ଡମ୍ପିଂ ୟାର୍ଡରେ କାମ କରୁଥିବା ମହିଳା କର୍ମଚାରୀ। ହଳଦିଆ ରଙ୍ଗର ବାଘକୁ ନେଇ ଭୟଭୀତ ହୋଇପଡିଛନ୍ତି ଲୋକ। ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି। ଏହାସହ ବନ ବିଭାଗ ଅଧିକାରୀଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ବାଘର ପାଦ ଚିହ୍ନ ବି ରହିଛି। ବାଘକୁ କାବୁ ନ କରିବା ଯାଏଁ କାମ କରିବେନି ବୋଲି କହିଛନ୍ତି ମହିଳା କର୍ମଚାରୀ ।

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!