ଜଗନ୍ନାଥଙ୍କ ଜମିରେ ମାର୍କେଟ କମ୍ପେ୍ଲକ୍ସ ତିଆରି

ଆଜି ଉଚ୍ଚସ୍ତରୀୟ ଅଧିକାରୀ ମାନେ ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସ ଆସି ଏହି କୋଠାର ଫିଟନେସ ଯାଞ୍ଚ କରିବା ସହ ରିପୋର୍ଟ ପ୍ରସ୍ତୁତ କରିବେ । ନିଆଁ ଲିଭିବା ପରେ ଏହି କୋଠାର ଫିଟନେସକୁ ନେଇ ପ୍ରଶ୍ନ ଉଠିଛି ।

ଅନ୍ୟପଟରେ କୋଠାର ମାଳିକାନାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଶ୍ରୀମନ୍ଦିରର ମାଲିକାନାରେ ଥିବା ଜମି ଉପରେ ଏହା ଗଢି ଉଠିଥିବା ସୁଚନା ରହିଛି ।ତେଣୁ ପୁରାତନ ଏହି କୋଠାଟି ଆଗରୁ ଫିଟନେସ, ମାଲିକାନା ଓ ଅନୁମତିକୁ ନେଇ ବିବାଦରେ ରହିଥିବା ବେଳେ ଏବେ ସମ୍ପୂର୍ଣ ଅସୁରକ୍ଷିତ ଥିବା ମନେ ହେଉଛି ।

ସେପଟେ ମୋଟ ୨୫ ଡ଼ିସିମିଲ ଜାଗାରୁ ୨୧ ଡିସିମିଲି ଜମି ଜଗନ୍ନାଥଙ୍କର । ୩୬ ଘଣ୍ଟା ଯାଏଁ ଜଳିଥିବା ନିଆଁର ପ୍ରଭାବରେ କୋଠାର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି ।

ଭେଂଟିଲେସନ, ପାର୍କିଂ, ଅଗ୍ନି ନିରାପତା ନଥିବା ଏହି କୋଠାରେ ନିଆଁର ଝାସ ଦୀର୍ଘ ସମୟ ଯାଏଁ ରହିଥିବାରୁ କୋଠାର ବିଭିନ୍ନ କୋଠରୀ ଓ ଚଟାଣରେ ମଧ୍ୟ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!