ଦେଶର ତୃତୀୟ ରାଜ୍ୟ ଭାବେ ପ୍ରଶାସନିକ ବ୍ୟବସ୍ଥାରେ ହ୍ବାଟସଆପ୍ ବ୍ୟବହାର କରିବ ଓଡ଼ିଶା

ହ୍ୱାଟସଆପ୍‌ ମାଧ୍ୟମରେ ମିଳିବ ସମସ୍ତ ସରକାରୀ ସେବା। ଗୋଟିଏ ହ୍ବାଟସଆପ୍ ନମ୍ବର ଜରିଆରେ ମିଳିପାରିବ ଜନ୍ମ, ମୃତ୍ୟୁ, ବାସସ୍ଥାନ ଓ ଆୟ ପ୍ରମାଣପତ୍ର। ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିହେବ ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ସରକାରୀ ସେବା ଲୋକଙ୍କୁ ମିଳିପାରିବ ।

ଦେଶର ତୃତୀୟ ରାଜ୍ୟ ଭାବେ ପ୍ରଶାସନିକ ବ୍ୟବସ୍ଥାରେ ହ୍ବାଟସଆପ୍ ବ୍ୟବହାର କରିବ ଓଡ଼ିଶା। ରାଜ୍ୟ ସରକାର ଓ ମେଟା ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ୟୁନିଫାଏଡ୍ ହ୍ବାଟସଆପ୍ ଚାଟବଟ୍ ଶୁଭାରମ୍ଭ ହୋଇଛି। ହ୍ବାଟସଆପ୍ ଆଧାରିତ ନାଗରିକ ସେବା ପ୍ରଦାନ ଉଦ୍ଦେଶ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ।

୨୦୨୫ ଶେଷ ସୁଦ୍ଧା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସମସ୍ତ ସାର୍ବଜନୀନ ସେବାକୁ ହ୍ବାଟସଆପ୍ ମାଧ୍ୟମରେ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର

Post Views17 Total Count

Apply Now


This will close in 0 seconds

error: Content is protected !!