କଟକରେ କରୋନା…..

ଡରାଉଛି କରୋନା । ବର୍ତ୍ତମାନ କଟକରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ପଜିଟିଭ ହୋଇଥିବା ଟେଷ୍ଟରୁ ଜଣା ପଡିଛି ।ସେ ଗତ କିଛି ଦିନ ଧରି ଥଣ୍ଡାଜ୍ୱରରେ ପୀଡ଼ିତ ଥିଲେ । କୋଭିଡ ଟେଷ୍ଟ୍‌ କରାଇବାରୁ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

 ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ କରୋନା ଫେରିଛି । ଗତ ମେ ୮ ତାରିଖରେ ଭୁବନେଶ୍ବରରେ ଜଣେ ବୟସ୍କ ପୁରୁଷ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଜଣାପଡ଼ି ନାହିଁ ।

ସେପଟେ ମୁମ୍ବାଇ, ପୁଣେ, ଚେନ୍ନାଇ,ଅହମ୍ମଦାବାଦରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଏବେ ସୁଦ୍ଧା ଦେଶରେ କରୋନାରେ ୩ଶହରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ଜେଏନ୍‌ ଡଟ୍‌ ୱାନ୍‌ ହେଉଛି ଓମିକ୍ରନର ଉପପ୍ରଜାତି । ଯାହାର ଲକ୍ଷଣ କରୋନାର ଅନ୍ୟ ପ୍ରଜାତି ପରି ରହିଛି ତେବେ ଆଗକୁ ଏହାର ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । ମେ ୨୦ରେ ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ କୋଭିଡ୍‌-୧୯ରେ ହୋଇଛି ।

Post Views3 Total Count

Apply Now


This will close in 0 seconds

error: Content is protected !!