ଭିଜିଲାନ୍ସ ଜାଲରେ ପୁଣି ଜଣେ ମୁଖ୍ୟଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ପୁଣି ଜଣେ ମୁଖ୍ୟଯନ୍ତ୍ରୀ । ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନ. ଭି. ହରିହର ରାଓଙ୍କ ବାସଭବନ ଓ ଅଫିସରେ ହୋଇଛି ଭିଜିଲାନ୍ସ ରେଡ୍ । ଏକକାଳୀନ ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, କେନ୍ଦୁଝର ଓ ଫୁଲବାଣୀରେ ମୋଟ ୧୧ଟି ସ୍ଥାନରେ ଚଢାଉ କରିଛି ଭିଜିଲା

ବ୍ରହ୍ମପୁର ଭାବିନିପୁରରେ ଥିବା ତାଙ୍କର ଦୁଇ ମହଲା ବିଶିଷ୍ଟ ଘରେ, ଭୁବନେଶ୍ୱର ପାତ୍ରପଡାରେ ଥିବା ବିଲଡିଂ, ବ୍ରହ୍ମପୁର କମାପଲ୍ଲୀରେ ଏକ ଥ୍ରୀ ବିଏଚକେ ଫ୍ଲାଟ, ଫୁଲବାଣୀ ଓଲେନବାଚରେ ଥିବା ତାଙ୍କ ପୈତୃକ ଘର, ବାଲେଶ୍ବର ସରକାରୀ ବାସଭବନ ଓ ଅଫିସ, କେନ୍ଦୁଝରରେ ଥିବା ଅଫିସ ଚାମ୍ବର, ବ୍ରହ୍ମପୁର ତୁଳସୀନଗର ଓ ଶାନ୍ତି ନଗରରେ ଥିବା ସଂପର୍କୀୟଙ୍କ ଘରେ ଓ କେନ୍ଦୁଝର ବଳଦେବଜିଉ କଲୋନିରେ ଥିବା ତାଙ୍କର ଜଣେ ସହଯୋଗୀଙ୍କ ଘରେ ଏକସଙ୍ଗେ ଭିଜିଲାନ୍ସ ରେଡ୍‌ କରିଛି । ଏହି ଚଢ଼ାଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଛନ୍ତି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!