ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ପିଲାଙ୍କୁ ନିଷ୍ଟ୍ର ସହାୟତା

ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ନିଷ୍ଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏନ୍ଆଇଏସ୍ଟି), ବ୍ରହ୍ମପୁର ପକ୍ଷରୁ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ପିଲାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି। ଏ ନେଇ ଅନୁଷ୍ଠାନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା।

ଉକ୍ତ ସମ୍ମିଳନୀରେ ଅନୁଷ୍ଠାନ ରେଳ ଦୁର୍ଘଟଣା ପୀଡ଼ିତଙ୍କ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇବା ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା ଲାଗି ଘୋଷଣା କରିଥିବା ବେଳେ ନିଷ୍ଟ୍ର ପ୍ରତିଷ୍ଠାତା ଡ. ସୁକାନ୍ତ ମହାପାତ୍ର ରେଳ ଦୁର୍ଘଟଣାରେ ପ୍ରଭାବିତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଉକ୍ତ ପରିବାରର ଯେଉଁ ପିଲାମାନେ ନିଷ୍ଟ୍ରେ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ କିମ୍ବା ବିଜ୍ଞାନରେ ପଢ଼ିବାକୁ ଚାହଁୁଛନ୍ତି, ସେମାନଙ୍କ ପାଇଁ ଶତ ପ୍ରତିଶତ ଏକାଡେମିକ୍ ଫି’ଛାଡ଼ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଅପରପକ୍ଷରେ ରେଳ ଦୁର୍ଘଟଣାରେ ପୀଡ଼ିତ ପରିବାରର ସଦସ୍ୟମାନଙ୍କୁ ଉତ୍ସର୍ଗୀକୃତ ହେଲ୍ପ ଡେକ୍ସ +୯୧-୯୭୭୭୧୪୬୪୭୮ରେ ଯୋଗାଯୋଗ କରିବାକୁ ମହାପାତ୍ର ଅନୁରୋଧ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସବ୍ୟସାଚୀ ରଥ, ଡିନ୍, ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ନିଷ୍ଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏନ୍ଆଇଏସ୍ଟି), ବ୍ରହ୍ମପୁର ଏବଂ ଡ. ପ୍ରିୟଦର୍ଶୀ ତ୍ରିପାଠୀ, ପ୍ରିନ୍ସିପାଲ, ନିଷ୍ଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏନ୍ଆଇଏସ୍ଟି), ବ୍ରହ୍ମପୁର ପ୍ରମୁଖ ଉପସ୍ଥିତ ରହିଛନ୍ତି ା

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!