୩ଟି ଆବାସ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ଭୁବନେଶ୍ୱରରେ ସହରାଞ୍ଚଳ ଆବାସ ଯୋଜନାରେ ଗରିବଙ୍କ ପାଇଁ ନିର୍ମିତ ବାସଗୃହ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ହାତରୁ ଚାବି ଗ୍ରହଣ କଲେ ହିତାଧିକାରୀ। ବସ୍ତିବାସିନ୍ଦାଙ୍କ ପାଇଁ ତିନୋଟି ଆବାସ ପ୍ରକଳ୍ପ ଉଦଘାଟିତ। ଏହି ପ୍ରକଳ୍ପ ଗୁଡ଼ିକ ଚନ୍ଦ୍ରଶେଖରପୁର, ସତ୍ୟନଗରରେ ଏବଂ ସୁବୁଧିପୁରରେ ରହିଛି। ସେହିପରି ବୁଦ୍ଧବିହାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ନେଇ ସୂଚନା ମିଳିଛି।

ଏଠାରେ ୨ ହଜାର ୬୦୦ ଘର ନିର୍ମାଣ କରାଯାଇଥିବା ବେଳେ ୮୦୦ଟି ଘରର କାମ ସଂପୂର୍ଣ୍ଣ ହୋଇଛି। ସେଥିମଧ୍ୟରୁ ୩୦୩ ଜଣ ହିତାଧିକାରୀଙ୍କୁ ଘର ଆଲର୍ଟ କରାଯାଇଛି। ବିଭିନ୍ନ ବସ୍ତିରୁ ଉଚ୍ଛେଦ ହୋଇ ଟ୍ରାନଜିଟ ହାଉସରେ ରହୁଥିବା ବସ୍ତିବସିନ୍ଦାଙ୍କ ସହ ନାରାୟଣୀ ବସ୍ତି, ତେଲୁଗୁ ବସ୍ତି, ଶ୍ରୀକୃଷ୍ଣ ନଗର ବସ୍ତି, ସରସ୍ବତୀ ବସ୍ତି, ଭେଙ୍କଟେଶ୍ବର ବସ୍ତି, ସାଲିଆସାହିର ଶକ୍ତି ବିହାରର ବସ୍ତିବସିନ୍ଦାଙ୍କୁ ଏଠାରେ ଘର ପ୍ରଦାନ କରାଯିବ। ଆବାସ ଯୋଜନାରେ ବିଏମସି ହିତାଧିକାରୀଙ୍କୁ ଚୟନ କରାଯାଇଛି। ସେମାନଙ୍କ ପାଇଁ ବିଡିଏ ପକ୍ଷରୁ ଘର ପ୍ରଦାନ କରାଯାଉଛି।ଏହି ଘରେ ଗୋଟିଏ ପରିବାର ଚଳିବା ଭଳି ବ୍ୟବସ୍ଥା ରହିଛି। ଆପାର୍ଟମେଣ୍ଟରେ ଯେଉଁଭଳି ବ୍ୟବସ୍ଥା ରହିଥାଏ ଯେପରିକି- ସୋସାଇଟି, କମ୍ୟୁନିଟି ହଲ୍, ମାର୍କେଟ କମ୍ପ୍ଲେକ୍ସ ଆଦି ଏଥିରେ ରହିଛି। ଉତ୍କଳ ହସ୍ପିଟାଲ ସମେତ ଶାନ୍ତିପଲ୍ଲୀରେ ୫୬୦ ଘର ଏବଂ ସବୁଦ୍ଧିପୁରରେ ୨୯୬ଟି ଘର ମୁଖ୍ୟମନ୍ତ୍ରୀ ଆଜି ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ପୂର୍ବରୁ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ଏହାର ସମୀକ୍ଷା କରିଛନ୍ତି।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!