ରାମଲାଲାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ରାମ ମନ୍ଦିରରେ ଭକ୍ତଙ୍କ ସମାଗମ । ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ ଲାଗି ଭକ୍ତଙ୍କ ଅଜସ୍ର ଭିଡ଼। ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଧାଡ଼ିରେ ଆସି ମନ୍ଦିରରେ ରାମଲାଲାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜିଠାରୁ ରାମଲାଲାଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ଖୋଲି ଦିଆଯାଇଛି ମନ୍ଦିର କବାଟ। ଅଯୋଧ୍ୟା ରାମ ମନ୍ଦିର ସକାଳ ୭ଟାରୁ ସାଢେ ୧୧ଟା ଏବଂ ଅପରାହ୍ନରେ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଭକ୍ତଙ୍କ ଲାଗି ଖୋଲା ରହିବ।

ସୋମବାର ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଆଜିଠାରୁ ଶ୍ରଦ୍ଧାଳୁ ମନ୍ଦିରରେ ରାମଲାଲାଙ୍କୁ ଦର୍ଶନ କରୁଛନ୍ତି। ଆଜି ସକାଳୁ ଦର୍ଶନ ଲାଗି ଭୋର ୩ଟା ରାତିରୁ ଭକ୍ତ ଆସି ଜମା ହୋଇଥିଲେ । ଗତକାଲି ମହାସମାରୋହରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଶ୍ଟ ବ୍ୟକ୍ତି।

ହଜାର ହଜାର ସଂଖ୍ୟାରେ ସାଧୁସନ୍ଥଙ୍କ ଗହଣରେ ଭକ୍ତିମୟ ହୋଇ ଉଠିଥିଲା ପରିବେଶ । ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶରେ ଗତକାଲି ପାଳନ ହୋଇଥିଲା ଦୀପୋତ୍ସବ । ଘରେ ଘରେ ଲୋକେ ଦୀପ ଜାଳି ରାମଙ୍କୁ ପୂଜାର୍ଚ୍ଚନା ସହ ସ୍ବାଗତ କରିଥିଲେ। ଜୋରଦାର ଆତସବାସୀ ମଧ୍ୟ ଦେଖିବାକୁ ମିଳିଥିଲା । ୧୦ ଲକ୍ଷରୁ ଅଧିକ ଦୀପ ଆଲୋକରେ ଝଲସି ଉଠିଥିଲା ପୂରା ଅଯୋଧ୍ୟା ନଗରୀ।

Post Views65 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!