ମୁମ୍ବାଇ କେକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡର ନବାବ୍ ଭାବେ ଜଣା ସୈଫ୍ ଅଲ୍ଲି ଖାନ୍ । ସେଠାରେ ତାଙ୍କର ସର୍ଜରୀ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ରାବସ୍ଥା ଭଲ ଥିବା ଜଣାପଡିଛି ।
ତେବେ ଫିଲ୍ମ ସୁଟିଂରେ ଅନେକ ଥର ଆହତ ହୋଇ ସୈଫଙ୍କୁ ଅସ୍ତ୍ରୋପଚାର କରାଇବାକୁ ପଡିଛି ।
ତାଙ୍କ ପାଖରେ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ କରୀନା କପୁର ମଧ୍ୟ ଉପସ୍ଥିତ ଅଛନ୍ତି ।
ଏହି ଖବରରେ ସୈଫଙ୍କ ପ୍ରଶଂସକଙ୍କ ମଧ୍ୟରେ ବ୍ୟସ୍ତତା ଦେଖାଦେଇଛି । ସମସ୍ତେ ତାଙ୍କ ସ୍ୱାସ୍ଥାବସ୍ଥା ଜାଣିବାକୁ ବ୍ୟଗ୍ର ଅଛନ୍ତି । ସୂଚନା ମୁତାବକ, ସୈଫଙ୍କ କାନ୍ଧରେ ଓ ଆଣ୍ଠୁରେ ଫ୍ୟାକଚର ହୋଇଥିଲା । ଆଜି ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି ।

