ଜୋରଧରିଲା ବୟକଟ୍ ତୁର୍କୀ ଅଭିଯାନ। ପାକିସ୍ତାନକୁ ସହଯୋଗ କରିଥିବା ତୁର୍କୀ ଉପରେ ଆହୁରି କଡା ପଦକ୍ଷେପ ନେଇଛି ଭାରତ। ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଗତକାଲି ସେଲେବି ଏୟାରପୋର୍ଟ ସର୍ଭିସେସର ସୁରକ୍ଷା କ୍ଲିୟରାନ୍ସ ପ୍ରତ୍ୟାହାର କରିନିଆଯାଇଛି।
ତୁର୍କୀର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଫାର୍ମ ହେଉଛି ସେଲେବି ଏୟାରପୋର୍ଟ ସର୍ଭିସେସ। ଦିଲ୍ଲୀ ଓ ମୁମ୍ବାଇରେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ପରିଚାଳନା କରୁଥିଲା ଏହି ସଂସ୍ଥା। ତେବେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି ଗୁରୁବାର ସେଲେବି ଏୟାରପୋର୍ଟ ସର୍ଭିସେସର ସୁରକ୍ଷା କ୍ଲିୟରାନ୍ସ ପ୍ରତ୍ୟାହାର କରିନେଇଥିବା କହିଛି ।
ବର୍ତ୍ତମାନ ଦେଶବାସୀଙ୍କ ମଧ୍ୟରେ ଦେଶ ପ୍ରଥମ ନାରା ଦିଆଯାଉଥିବା ବେଳେ ତୁର୍କୀକୁ ବୟକଟ୍ ନାରା ବ୍ୟାପକ ହେବାରେ ଲାଗିଛି। ଭାରତ ପହଲଗାମ ଆତଙ୍କୀ ଆକ୍ରମଣର ବଦଲା ଅପରେସନ୍ ସିନ୍ଦୂର ଦ୍ୱାରା ନେଇଥିବା ବେଳେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଜଣାଇଥିଲା ତୁର୍କୀ।

