ନିକଟରେ ରୁଷ୍ ଉପରେ ୟୁକ୍ରେନ୍ ଡ୍ରୋନ୍ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ମୃତାହତମାନେ ଗଞ୍ଜାମଜିଲ୍ଲା ଚିକିଟି ବ୍ଲକର ବୋଲି ଜଣାଯାଇଛି। ସରକାରଙ୍କ ପକ୍ଷରୁ ପ୍ରକାଶିତ ସୂଚନାନୁସାରେ, ମୃତକ ଜଣକ ଚିକିଟି ବ୍ଲକ୍ କେ ନୂଆଗାଁ ମାଧବନ୍ଦର ବାସିନ୍ଦା ଥିଲେ। ସେହିଭଳି ଆହତ ଦୁଇଜଣ ରଙ୍ଗେଇଲୁଣ୍ଡା ବ୍ଲକର ଗୋଳନ୍ଥରା ଥାନା ଅଧୀନ କୋଠାରସିଙ୍ଗି ଗାଁର ବାସିନ୍ଦା ଅଟନ୍ତି। ସେମାନେ ସମେସ୍ତ କୁଶଳୀ କାରିଗର ଥିଲେ। ଆହତ ବ୍ୟକ୍ତିମାନେ ହେଲେ- ଜି କ୍ଷେତ୍ରବାସୀ ରେଡ୍ଡୀ ଓରଫ ବଡ୍ଡାନ୍ନାଙ୍କ ପୁତ୍ର ଜି ତେଜା (୨୨) ଏବଂ ଜି କ୍ଷେତ୍ରବାସୀ ରେଡ୍ଡୀ (୩୫)। ଆହତଙ୍କ ପରିଚୟ ମିଳିଥିଲେ ମଧ୍ୟ ମୃତକଙ୍କ ପରିଚୟ ସମ୍ପର୍କରେ ମସ୍କୋ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୌଣସି ସୂଚନା ଜାରି କରାଯାଇନାହିଁ। ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରୁ ଅନେକ ସାଉଦୀ, ଦୁବାଇ, ଆବୁଧାବି, ଓମାନ୍, କୁଏତ୍ ଆଦି ମଧ୍ୟପ୍ରାଚ୍ୟରେ ନିର୍ମାଣ ଆଦି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅଳ୍ପସଂଖ୍ୟକ କୁଶଳୀ କାରିଗର ରୁଷ୍ ଓ ଅନ୍ୟ ଇଉରୋପୀୟ ରାଷ୍ଟ୍ରରେ କାର୍ଯ୍ୟ କରୁଛନ୍ତି।
ଡ୍ରୋନ୍ ଆକ୍ରମଣରେ ଗଞ୍ଜାମର ଜଣେ ମୃତ, ୨ ଆହତ

