ବାହାଘର ମଣ୍ଡପରେ ଜଳିଗଲେ ୧୦୦ । ଇରାକର ହମଦାନିଆ ଜିଲ୍ଲାର ଇଓ ହାଏଥାମ ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବିବାହ ଉତ୍ସବରେ ବ୍ୟବହୃତ ମହମବତୀ ଓ ଅନ୍ୟ ସାମଗ୍ରୀରୁ ନିଆଁ ଲାଗିଯିବାରୁ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବର ଓ କନ୍ୟା ବି ଥିବା ସୂଚନା ମିଳୁଛି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ କରାଯାଇ ବିବାହ ମଣ୍ଡପରେ ଫସି ରହିଥିବା ଲୋକଙ୍କୁ ବାହାର କରାଯାଇଛି।

