ପ୍ୟାରିସ୍‌ରୁ ଗିରଫ ହେଲେ ଟେଲିଗ୍ରାମ୍‌ ସିଇଓ

 

ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ ପ୍ରତିଷ୍ଠାତା ତଥା ସିଇଓ ପାଭେଲ ଡୁରୋଭଙ୍କୁ ପ୍ୟାରିସ୍‌ ନକିଟସ୍ଥ ବୋରଗେଟ୍‌ ବିମାନ ବନ୍ଦରରୁ ଗିରଫ କରାଯାଇଛି। ଏହି ପ୍ଲାଟଫର୍ମରେ ଅପରାଧିକ ପୋଷ୍ଟ(କ୍ରିମିନାଲ କଣ୍ଟେଣ୍ଟ)କୁ ରୋକିବା ଲାଗି ପୂର୍ବରୁ ବିଭିନ୍ନ ମହଲରେ ଅଭିଯୋଗ ଉଠିଥିଲା। ଏଥିପାଇଁ ପାଭେଲଙ୍କୁ ପଦକ୍ଷେପ ନେବାକୁ କୁହାଯାଇଥିଲେ ହେଁ ସେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ଟେଲିଗ୍ରାମ ଆପ୍‌ରେ ମଡେରଟର ବ୍ୟବସ୍ଥାର ଅଭାବ ରହିଥିଲା। ଯାହାକୁ ନେଇ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଥିଲା। ଏକ ମେସେଜିଂ ଆପ୍‌ ଭାବେ ଏହି ପ୍ଳାଟଫର୍ମକୁ ଉପଯୋଗ କରି ଆତଙ୍କବାଦୀମାନେ ବିଭିନ୍ନ ସମୟରେ ଅପରାଧିକ କାର୍ଯ୍ୟକଳାପ ଚଳାଇଥିଲେ ମଧ୍ୟ ସେମାନଙ୍କ ଆପତ୍ତିଜନକ କଣ୍ଟେଣ୍ଟେ ହଟି ନଥିଲା। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ପ୍ୟାରିସ୍‌ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

ପାଭେଲ ଆଜରବୈଜାନରୁ ତାଙ୍କ ବ୍ୟକ୍ତିଗତ ଜେଟରେ ଆସି ପ୍ୟାରିସ ନିକଟସ୍ଥ ବୋରଗେଟ୍‌ ବିମାନ ବନ୍ଦରରେ ଅବତରଣ କରିବା ପରେ ସେଠାରୁତାଙ୍କୁ ଗିରଫ କରାଯାଇଥିବା ଫ୍ରାନ୍ସ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ତାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ। ତେବେ ତାଙ୍କ ଗିରଫଦାରୀକୁ ନେଇ ଟେଲିଗ୍ରାମ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦ୍ୱାରା ରୁଷିଆର ବ୍ଲଗର୍ସ ଗୋଷ୍ଠୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ସେମାନେ ଫ୍ରାନ୍ସ ଦୂତାବାସ ସମ୍ମୁଖରେ ଏଥିପାଇଁ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!