ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି ମହାଲଢ଼େଇ । ବେଶ୍ କିଛିଦିନ ଧରି ଛକାପଞ୍ଝା ପରେ ଆଜି ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଛନ୍ତି । ରାଜଧାନୀ ତେହେରାନ ସମେତ ୧୦ଟି ସହର ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି । ଏଥିରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ ଅମିର ନାସିରଜାଦେହ ଓ ସେନା (ରିଭୋଲ୍ୟୁସନାରୀ ଗାର୍ଡ) କମାଣ୍ଡର ମହମ୍ମଦ ପାକ୍ପୋରଙ୍କ ସମେତ ୨୦୧ ଜଣ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣରେ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଖାମେନେଇଙ୍କର ମୃତ୍ୟ ହୋଇଛି । ଏହା ପରେ ତାଙ୍କ ସ୍ଥାନରେ ତାଙ୍କ ପୁଅଙ୍କୁ ସୁପ୍ରିମ ଲିଡର ଭାବେ ଘୋଷଣା କରାଯାଇଛି । ଇରାନର ନୂଆ ସୁପ୍ରିମ୍ ଲିଡର ହୋଇଛନ୍ତି ମୁଜତାବା ଖାମେନେଇ ।
ତେହେରାନ ଉପରେ ହୋଇଥିବା ଆକ୍ରମଣରେ ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ତାଙ୍କ ପୁଅକୁ ଇରାନର ସର୍ବୋଚ୍ଚ ନେତା ଘୋଷଣା କରାଯାଇଛି । ଖାମେନେଇଙ୍କ ମୃତ୍ୟୁରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ପାଳୁଛି ଇରାନ । ଏହା ସହିତ ୭ ଦିନିଆ ସାର୍ବଜନିନ ଛୁଟି ଘୋଷଣା ହୋଇଛି । ଦେଶରେ ସୁରକ୍ଷା କଡାକଡି ହୋଇଛି । ବଡ ସହର ଏବଂ ସରକାରୀ ଘର ବାହାରେ ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି ।
ମୁଜତାବା ଖାମେନେଇଙ୍କ ଜନ୍ମ ୧୯୬୯ ମଶହଦ ସହରରେ ହୋଇଥିଲା । ସେ ଧାର୍ମିକ ମାହୋଲ ଶିକ୍ଷା ଗ୍ରହଣ କରିଥିଲେ । ଇରାନ-ଇରାକ ଯୁଦ୍ଧ ଶେଷ ପର୍ଯ୍ୟାୟରେ ସେ ରିଭଲ୍ୟୁସନରୀ ଗାର୍ଡର ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କୁ ଦୀର୍ଘ ସମୟ ଧରି ତାଙ୍କ ବାପାଙ୍କ ନିକଟତର ଥିଲେ । ସେ ଅନେକ ପ୍ରମୁଖ ନିଷ୍ପତ୍ତିରେ ପରଦା ପଛରେ ଭୂମିକା ଗ୍ରହଣ କରିଥିଲେ ବୋଲି କୁହାଯାଏ । ଯଦିଓ ସେ କେବେବି କୌଣସି ପ୍ରମୁଖ ସରକାରୀ ପଦବୀରେ ନଥିଲେ କିନ୍ତୁ ପିତାଙ୍କ ଜଣେ ବିଶ୍ୱସ୍ତ ପରାମର୍ଶଦାତା ଥିଲେ । କୁହାଯାଏ ଯେ ତାଙ୍କର ସାମରିକ ଏବଂ ଅର୍ଦ୍ଧସାମରିକ ବାହିନୀ ଭଲ ସମ୍ପର୍କ ଥିଲା । ଏବେ ସେ ସର୍ବୋଚ୍ଚ ନେତା ହେବା ଦେଶରେ ଏକ ନୂଆ ରାଜନୈତିକ ବିତର୍କ ସୃଷ୍ଟି କିରଛି । ୧୯୭୯ ବିପ୍ଲବ ସମୟରେ ବଂଶ ଆଧାରରେ କ୍ଷମତା ହସ୍ତାନ୍ତରକୁ ବିରୋଧ କରିଛନ୍ତି । କିଛି ଲୋକ ତାଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଆଜି ତେହେରାନ ସମେତ ଇରାନର ୧୦ଟି ସ୍ଥାନ ଉପରେ ପ୍ରଚଣ୍ଡ ବିମାନ ଆକ୍ରମଣ କରିଥିଲେ । ଦକ୍ଷିଣ ଇରାନର ଏକ ସ୍କୁଲ ଉପରେ ମିସାଇଲ୍ ପଡିବାରୁ ୮୭ ଜଣ ଛାତ୍ରୀ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଇରାନ ମଧ୍ୟ ଇସ୍ରାଏଲ ଉପରେ ପ୍ରତି ଆକ୍ରମଣ କରିଛି । ଏଥିସହ ଉପସାଗରୀୟ ଦେଶ କାତାର, କୁଏତ, ଜୋର୍ଡାନ, ବାହାରିନ, ସାଉଦି ଆରବ ଓ ୟୁଏଇରେ ଥିବା ଆମେରିକା ସେନା ଘାଟିକୁ ଟାର୍ଗେଟ କରି ମିସାଇଲ ମାଡ଼ କରିଛି ।

