ଦୁବାଇ ଓ ଆବୁଧାବିରେ ଫସି ଯାଇଛନ୍ତି ବିଶ୍ୱର ହଜାର ହଜାର ପର୍ଯ୍ୟଟକ

ଇରାନ ପୁଣି ଇସ୍ରାଏଲ ଉପରେ ଆକ୍ରମଣ କରିଛି। ସମଗ୍ର ଇସ୍ରାଏଲରେ ସାଇରନ ବାଜୁଛି। ଏଲାଟରେ ଏକ ଡ୍ରୋନ ଦେଖାଯାଇଛି।ଇରାନ ଇସ୍ରାଏଲୀ ସାମରିକ ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି। ଏହା ଇସ୍ରାଏଲୀ ସାମରିକ ମୁଖ୍ୟଙ୍କୁ ଟାର୍ଗେଟ କରିଛି। ଇସ୍ରାଏଲର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି।ଖେମିନିଙ୍କ ମୃତ୍ୟୁ ପରେ ଇରାନ ଆକ୍ରମଣକୁ ଜୋରଦାର୍ କରିଛି। କତାରର ଦୋହାରୁ ଦୁବାଇ ପର୍ଯ୍ୟନ୍ତ ୧୧ଟି ସ୍ଥାନରେ ବିସ୍ଫୋରଣ ଘଟିଛି।

 

ଆମେରିକା-ଇସ୍ରାଏଲ ଆକ୍ରମଣ ଏବଂ ପରବର୍ତ୍ତୀ ଇରାନର ପ୍ରତିଶୋଧ ଯୋଗୁ ସମଗ୍ର ମଧ୍ୟପ୍ରାଚ୍ୟ ଯୁଦ୍ଧ ଘେରରେ ରହିଛି। ଆକ୍ରମଣ ପରେ, ଇରାନ ଆଠଟି ମଧ୍ୟପ୍ରାଚ୍ୟ ଦେଶର ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରିଥିଲା, କିଛି କ୍ଷେପଣାସ୍ତ୍ର ନାଗରିକ ଅଞ୍ଚଳକୁ ଆକ୍ରମଣ କରିଥିଲା। ଏହି ଅଶାନ୍ତି ମଧ୍ୟରେ, ଅନେକ ଉପସାଗରୀୟ ଦେଶ ଫେବ୍ରୁଆରି ୨୮ ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ସେମାନଙ୍କର ଆକାଶ ସୀମା ବନ୍ଦ କରିଦେଇଛନ୍ତି । ଫଳରେ ଅନେକ ସେଲିବ୍ରିଟି ୟୁଏଇରେ ଫସି ରହିଛନ୍ତି।

ୟୁଏଇର ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଆବୁଧାବି ବିମାନବନ୍ଦରରେ ଶହ ଶହ ଉଡ଼ାଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଛି। ଏହା ଯୋଗୁ ବିଶ୍ୱର ହଜାର ହଜାର ପର୍ଯ୍ୟଟକ ଦୁବାଇ ଓ ଆବୁଧାବିରେ ଫସି ରହିଛନ୍ତି। ଅନେକ ଖେଳାଳି, କଳାକାର ବ୍ୟକ୍ତି ଏବଂ ରିଆଲିଟି ଟିଭି ସେଲିବ୍ରିଟି ଫସି ରହିଛନ୍ତି। ଦୁବାଇ ଡ୍ୟୁଟି ଫ୍ରି ଟେନିସ୍ ଚାମ୍ପିଅନସିପରେ ଅଂଶଗ୍ରହଣ କରୁଥିବା ଖେଳାଳିମାନେ ଦୁବାଇରେ ସବୁଠାରୁ ଅଧିକ ଫସି ରହିଛନ୍ତି। ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ବିଶ୍ୱର ନମ୍ବର ୱାନ୍ ଡାନିଲ୍ ମେଦଭେଡେଭଙ୍କ ସମେତ ଅନେକ ଶ୍ରେଷ୍ଠ ପୁରୁଷ ଟେନିସ୍ ତାରକା ସହରରେ ଫସି ରହିଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ତଥା ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ମଧ୍ୟ ଦୁବାଇ ବିମାନବନ୍ଦରରେ ଫସି ରହିଛନ୍ତି। ବର୍ମିଂହାମକୁ ତାଙ୍କ ବିମାନ ବାତିଲ ହେବା ପରେ ସେ ସେଠାରେ ଫସି ରହିଛନ୍ତି।ଏହା ବ୍ୟତୀତ, ବ୍ରିଟିଶ ବକ୍ସର ଆମିର ଖାନ ଏବଂ ଫୁଟବଲ୍ ଖେଳାଳି ରିଓ ଫର୍ଡିନାଣ୍ଡ ତାଙ୍କ ପତ୍ନୀ କେଟ୍ ସହିତ ୟୁଏଇରେ ଛୁଟି ବିତାଇବା ଆସିଥିଲେ। ତେବେ ସେମାନେ ଫସି ରହିଛନ୍ତି।

 

ଏହି ସଙ୍କଟ ଯୋଗୁ ରିଆଲିଟି ଟିଭି ଜଗତର ଅନେକ ସେଲିବ୍ରିଟି ମଧ୍ୟ ୟୁଏଇରେ ଫସି ରହିଛନ୍ତି। ବ୍ରିଟିଶ ରିଆଲିଟି ଟିଭି ଷ୍ଟାର ଭିକି ପାଟିସନ୍ ତାଙ୍କ ମଧୁଚନ୍ଦ୍ରିକା ସମୟରେ ଦୁବାଇରେ ଫସି ରହିଛନ୍ତି। ସ୍କଟିସ୍ ଲଭ୍ ଆଇଲ୍ୟାଣ୍ଡ ଷ୍ଟାର ଲୌରା ଆଣ୍ଡରସନ୍ ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣ ମଧ୍ୟରେ ପରିସ୍ଥିତିକୁ ଭୟଙ୍କର ବୋଲି ବର୍ଣ୍ଣନା କରି ଦୁବାଇରେ ଫସି ରହିଥିବା ନିଶ୍ଚିତ କରିଛନ୍ତି।ବଲିଉଡ୍ ଅଭିନେତ୍ରୀ ସୋନାଲ ଚୌହାନ ଫସି ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତ। ସେ ଦୁବାଇରେ ଫସି ରହିଛନ୍ତି ବୋଲି କହିଛନ୍ତି। ରିପୋର୍ଟ ଅନୁଯାୟୀ, ୟୁଏଇ ସରକାର ଏବଂ ବିଭିନ୍ନ ଦେଶର ଦୂତାବାସ ଫସି ରହିଥିବା ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଧାର କାର୍ଯ୍ୟ ପ୍ରୟାସରେ ନିୟୋଜିତ ଅଛନ୍ତି।

ରାସାୟନିକ ଅସ୍ତ୍ର ବ୍ୟବହାର କରିବାକୁ ଧମକ ଦେଲା ଇରାନ, ତେହେରାନରେ ଖେମିନିଙ୍କ ମୃତ୍ୟୁ ନେଇ ପ୍ରତିବାଦ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କ ମୃତ୍ୟୁ ପରେ ମଧ୍ୟ ଇରାନ ଥମିନାହିଁ। ଏବେ ଇରାନ ଆମେରିକା ଏବଂ ଇସ୍ରାଏଲ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରିବାକୁ ଧମକ ଦେଇଛି।ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କ ମୃତ୍ୟୁଙ୍କ ମୃତ୍ୟୁ ନେଇ ବହୁ ସଂଖ୍ୟକ ଲୋକ ତେହେରାନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ତାଙ୍କ ମୃତ୍ୟୁ ବିରୋଧରେ ପ୍ରତିବାଦ କରିଛନ୍ତି।ଦିଲ୍ଲୀରେ ଇରାନ ଦୂତାବାସ ଜାତୀୟ ପତାକା ଅର୍ଦ୍ଧନମିତ, ଜମ୍ମୁ-କାଶ୍ମୀରରେ ପ୍ରତିବାଦ ଖେମିନିଙ୍କ ମୃତ୍ୟୁ ପରେ ଦିଲ୍ଲୀରେ ଥିବା ଇରାନ ଦୂତାବାସ ଇରାଦର ଜାତୀୟ ପତାକାକୁ ଅର୍ଦ୍ଧନମିତ କରିଛି।ଜମ୍ମୁ-କାଶ୍ମୀରର ବଡଗାମର ସିଆ ମୁସଲମାନମାନେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟା ବିରୋଧରେ ପ୍ରତିବାଦ କରିଛନ୍ତି।

Post Views38 Total Count

Apply Now


This will close in 0 seconds

error: Content is protected !!