ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗକୁ ନେଇ ସମଗ୍ର ବିଶ୍ବରେ ଯୋଗର ପ୍ରଚାରପ୍ରସାର କରିବା ତଥା ଲୋକଙ୍କୁ ଯୋଗ ପ୍ରତି ଉତ୍ସାହିତ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ଯୋଗ ମଣିଷଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ସହ ଶାନ୍ତି ପ୍ରଦାନ କରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଯୋଗ ଦିବସର ପାଳନର ପରମ୍ପରା ଆରମ୍ଭ କରିଛନ୍ତି । ସେ ୨୦୧୪ ସେପ୍ଟେମ୍ବର ୨୬ରେ ମିଳିତ ଜାତିସଂଘ ବୈଠକରେ ଏ ନେଇ ପ୍ରସ୍ତାବ ରଖିଥିଲେ ।
୨୦୧୪ ଡିସେମ୍ବର ୧୧ରେ ପ୍ରତିବର୍ଷ ଜୁନ୍ ୨୧କୁ ‘ଯୋଗ ଦିବସ’ ଭାବେ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା। ୨୦୧୫ ମସିହା ଜୁନ୍ ୨୧ରୁ ଏଯାବତ୍ ଏହିଦିନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି । ଏହି ଦିବସ ପାଳନ ଅବସରରେ ସାରା ଦେଶରେ ଯୋଗ ଶିବିରମାନ ଆୟୋଜନ କରାଯାଇ ଲୋକମାନଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଉତ୍ସାହିତ କରାଯାଏ ।


