ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ ମଚ ଆଓ୍ବେଟେଡ ମୁଭି ଡ୍ରିମଗାର୍ଲର ପାର୍ଟ ୨ । ଫିଲ୍ମରେ ଆୟୁଷ୍ମାନ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ସେ ଜଣେ ସୁନ୍ଦରୀ ଝିଅ ଭୁମିକାରେ ଜବରଜସ୍ତ ଆକ୍ଚି କରି ନିଜର ଜଲଓ୍ବା ଦେଖାଇଛନ୍ତି । ରିଲିଜ ପୂବର୍ରୁ ଫ୍ୟାନ୍ସ ଭଲ ରେସପନ୍ସ ଦେଇଛନ୍ତି । ଆଜି ପରଦାରେ ହିଟ୍ କରୁଛି ଏହି ପିଲ୍ମ । ବାଲାଜୀ ଟେଲିଫିଲ୍ମର ବ୍ୟାନରରେ ଏକତା ଆର କପୁର ଏବଂ ଶୋଭା କପୁରଙ୍କ ଦ୍ବାରା ତିଆରି ହୋଇଛି ଫିଲ୍ମ । ଅନନ୍ୟା ପାଣ୍ଡେ ଓ ଆୟୁଷ୍ମାନ ଖୁରାନାଙ୍କ ଅଭିନୟ ଦେଖିବାକୁ ପାଇଛନ୍ତି ଦର୍ଶକ । ଶନିବାର, ରବିବାର ଫିଲ୍ମ ଭଲ କଲେନ୍ସ କରିବା ଆଶାରେ ରହିଛନ୍ତି ମେକର୍ସ । ଆୟୁଷ୍ମାନ ଖୁରୁନା, ଅନନ୍ୟା ପାଣ୍ଡେଙ୍କ ସହ ପରେଶ ରାଓ୍ବଲ, ଅନୁକପୁର, ରାଜପାଲ ୟାଦବ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

