ବିଜୟରୁ ଚେନ୍ନାଇର ଅଭିଯାନ ଆରମ୍ଭ

ଆଇପିଏଲ୍‌ ୨୦୨୪ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ଚେନ୍ନାଇ ଟିମ୍‌ ୧୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ହାସଲ କରିଛି। ଦଳର ଖେଳାଳିମାନେ ୧୭୬ ରନ୍‌ କରିଛନ୍ତି। ପ୍ରଥମ ପାଳିରେ ବେଙ୍ଗାଲୁରୁ ପାଇଁ ଅନୁଜ ରାୱତ ଓ ଦିନେଶ କାର୍ତ୍ତିକ ଷଷ୍ଠ ୱିକେଟ୍‌ରେ ୯୫ ରନ୍ ଭାଗିଦାରୀ ହୋଇପାରିଥିଲେ।

ଚେନ୍ନାଇ ବିପକ୍ଷରେ ବେଙ୍ଗାଲୁରୁ ୬ଟି ୱିକେଟ୍‌ ହରାଇ ୧୭୩ ରନ୍‌ ସଂଗ୍ରହ କରିଥିଲା। ଫଳରେ ଚେନ୍ନାଇକୁ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ମୁସ୍ତାଫିଜୁର ରହମାନ୍‌ଙ୍କ ଦମଦାର ପ୍ରଦର୍ଶନ କରି ୪ଟି ୱିକେଟ୍‌ ନେଇଥିଲେ।ବିଶ୍ବର ସବୁଠାରୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍‌’ର ସପ୍ତଦଶ ସଂସ୍କରଣର ପ୍ରଥମ ମୁକାବିଲାରେ ବେଙ୍ଗାଲୁରୁ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆରସିବିର ପୂର୍ବତନ ଅଧିନାୟକ ଓ ବର୍ତ୍ତମାନର ଅଧିନାୟକ ଫାପ୍‌ ଡୁ’ପ୍ଲେସିସ୍‌ ପାଳି ଆରମ୍ଭ କରିଥିଲେ।

ଉଭୟ ଖେଳାଳି ଆରମ୍ଭରୁ ଭଲ ଖେଳି ପ୍ରଥମ ୱିକେଟ୍‌ ପାଇଁ ୪୧ ରନ୍‌ର ଭାଗିଦାରୀ କରିଥିଲେ। ଏଥିରେ ଡୁ’ପ୍ଲେସିସ୍‌ଙ୍କ ଯୋଗଦାନ ୩୫ ରନ୍‌ ଥିଲା। ମାତ୍ର ଦଳ ସ୍କୋର୍‌ ୪୨ ରନ୍‌ ବେଳକୁ କ୍ରମାଗତ ଭାବେ ରଜତ ପାଟିଦାର ଓ ଗ୍ଲେନ୍‌ ମେକ୍ସୱେଲ୍‌ଙ୍କୁ ହରାଇଲା। ପାଟିଦାର ଓ ମେକ୍ସୱେଲ୍‌ ଖାତା ଖୋଲି ନପାରି ପଡ଼ିଆରୁ ବିଦାୟ ନେଇଥିଲେ। ବିରାଟ କୋହଲି ମଧ୍ୟ ବ୍ୟକ୍ତିଗତ ଭାବେ ୨୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ଚେନ୍ନାଇର ପଞ୍ଚମ ଶିକାର ହୋଇଥିଲେ କେମ୍‌ରନ୍‌ ଗ୍ରିନ୍‌ ୧୮ ରନ୍‌।ଅନୁଜ ରାୱତ ଦଳ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୪୮ ରନ୍‌ ସଂଗ୍ରହ କରିଥିଲେ। ସେ ୨୫ଟି ବଲ୍‌ ଖେଳି ୪ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଦିନେଶ କାର୍ତ୍ତିକ ଅପରାଜିତ ରହି ୨୬ଟି ବଲ୍‌ରୁ ୩୮ ରନ୍‌ ସଂଗ୍ରହ କରିଥିଲେ।

ଏଥିରେ ତାଙ୍କର ୩ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଚେନ୍ନାଇର ଦମଦାର ବୋଲିଂ ପ୍ରଦର୍ଶନରେ ମୁସ୍ତାଫିଜୁର ରହମାନ୍‌ ଶ୍ରେଷ୍ଠ ଭୂମିକା ନେଇଥିଲେ। ସେ ବିସ୍ଫୋରକ ବ୍ୟାଟର ଡୁ‌’ପ୍ଲେସିସ୍‌, ରଜତ ପାଟିଦାର, ବିରାଟ କୋହଲି ଓ କେମରନ୍‌ ଗ୍ରିନ୍‌ଙ୍କୁ ପାଭିଲିଅନ୍‌ ପଠାଇଥିଲେ। ମେକ୍ସୱେଲଙ୍କୁ ଦୀପକ ଚାହର ଆଉଟ୍‌ କରିଥିଲେ।

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!