ତଳେ ଚକ ଛାଡ଼ି ଆକାଶରେ ପହଞ୍ଚିଲା ବିମାନ

ଗୁଜରାଟରୁ କାଣ୍ଡଲା ବିମାନବନ୍ଦରରେ ଏକ ସ୍ପାଇସଜେଟ ବିମାନରେ ଏକ ଅଜବ ଘଟଣା ଘଟିଛି । ଆମକୁ ଅଜବ ଲାଗୁଥାଇପାରେ କିନ୍ତୁ ପ୍ରକୃତରେ ଯେଉଁ ଯାତ୍ରୀମାନେ ଉକ୍ତ ବିମାନରେ ଥିଲେ ସେମାନଙ୍କ ପାଇଁ ଏହା ଜୀବନମରଣ ସମସ୍ୟା ଥିଲା ।

ଘଟଣାଟି ହେଉଛି କାଣ୍ଡଲାରୁ ଉକ୍ତ ବିମାନଟି ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା । କିନ୍ତୁ ବିମାନଟି ଉଡ଼ାଣ ଆରମ୍ଭ କରିବା ପରେ ବିମାନ ଆକାଶରେ ପହଞ୍ଚିଯାଇଥିଲା, କିନ୍ତୁ ତଳେ ଚକ ରହିଯାଇଥିଲା । ଏହା ଦେଖି ସମସ୍ତଙ୍କ ହାଲୁକ ଶୁଖିଯାଇଥିଲା । ତେବେ ପାଇଲଟଙ୍କ ଦକ୍ଷତା ଓ ସହସ ଯୋଗୁଁ ବିମାନଟି ସୁରକ୍ଷିତଭାବେ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିଥିଲା । ଏହା ପରେ ଯାତ୍ରୀ, କ୍ରିଉ ଦଳ ଓ ଗ୍ରାଉଣ୍ଡ କର୍ମଚାରୀ ଆଶ୍ବସ୍ତ ହୋଇଥିଲେ ।

ଘଟଣା ବିଷୟରେ ସୂଚନା ଦେଇ ମୁମ୍ବାଇ ପୁଲିସ କହିଛି ଯେ ବିମାନରେ ଥିବା ସମସ୍ତ ୭୫ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସ୍ପାଇସଜେଟ୍ ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି, “ସେପ୍ଟେମ୍ବର ୧୨ ତାରିଖରେ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ୍ କ୍ୟୁ୪୦୦ ବିମାନର ଏକ ବାହ୍ୟ ଚକ ଉଡ଼ାଣ ପରେ ରନୱେରେ ମିଳିଥିଲା। ବିମାନଟି ମୁମ୍ବାଇ ଅଭିମୁଖେ ଯାତ୍ରା ଜାରି ରଖି ସୁରକ୍ଷିତ ଭାବରେ ଅବତରଣ କରିଥିଲା। ଏକ ସୁରକ୍ଷିତ ଅବତରଣ ପରେ, ବିମାନଟି ନିଜେ ଟର୍ମିନାଲରେ ପହଞ୍ଚିଥିଲା ଏବଂ ସମସ୍ତ ଯାତ୍ରୀ ସ୍ୱାଭାବିକ ଭାବରେ ଓହ୍ଲାଇଥିଲେ।”

Post Views31 Total Count

Apply Now


This will close in 0 seconds

error: Content is protected !!