ଆନ୍ଧ୍ର ପଥର ଖଣିରେ ବିସ୍ଫୋରଣ ଘଟି ୬ ଓଡ଼ିଆ ଶ୍ରମିକ ମୃତ

ଆନ୍ଧ୍ରପ୍ରଦେଶର ବାପତଲା ଜିଲାରେ ରବିବାର ଏକ ଗ୍ରାନାଇଟ୍‌ ପଥର ଖଣିରେ ବିସ୍ଫୋରଣ ଯୋଗୁ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପଥର ତଳେ ଚାପି ହୋଇ ଆହୁରି ୧୦ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବାଲିକୁରଭା ଅଞ୍ଚଳରେ ଥିବା ସତ୍ୟକ୍ରିଷ୍ଣା ଗ୍ରାନାଇଟ୍‌ ପଥର ଖଣିରେ ରବିବାର ସକାଳେ ଏହି ଅଘଟଣ ଘଟିଛି। ଆହତ ଶ୍ରମିକମାନେ ଓଡ଼ିଶାର କି ନୁହେଁ ତାହା ଜଣାପଡ଼ିନାହିଁ।

ପ୍ରାଣ ହରାଇଥିବା ୬ ଓଡ଼ିଆ ଶ୍ରମିକଙ୍କ ଘର ଗଞ୍ଜାମ ଏବଂ ଗଜପତି ଜିଲାରେ ବୋଲି ଜଣାପଡ଼ିଛି। ଦୁଇ ଜଣ ଗଜପତି ଜିଲା ମୋହନାର ହୋଇଥିବାବେଳେ ଅନ୍ୟ ୪ ଜଣ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର। ମୋହନା ଅଲରା ଅଞ୍ଚଳର ଦୁଇ ମୃତକ ହେଲେ ଭାସ୍କର ବିଶୋୟୀ ଏବଂ ଟୁକୁନା ଦଳେଇ। ଅନ୍ୟମାନଙ୍କ ପରିଚୟ ମିଳିପାରି ନାହିଁ।

ପୁଲିସ ସୂଚନା ଅନୁସାରେ, ଅଘଟଣ ଘଟିବା ସମୟରେ ଖଣିରେ ୧୬ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ବିସ୍ଫୋରଣ ଦ୍ଵାରା ପଥର ଫଟାଯିବା ସମୟରେ ଏକ ବିରାଟ ପଥର ଖଣ୍ଡ ଭୁଶୁଡ଼ି ଶ୍ରମିକମାନଙ୍କ ଉପରେ ପଡ଼ିଯାଇଥିଲା। ଯାହାଫଳରେ ପଥର ତଳେ ଶ୍ରମିକମାନେ ଚାପି ହୋଇଯାଇଥିଲେ।ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ତଦନ୍ତ ନିର୍ଦେଶ ଦେଇଛନ୍ତି।

Post Views4 Total Count

Apply Now


This will close in 0 seconds

error: Content is protected !!