ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହୁତି ଘଟଣାରେ ୨ ଗିରଫ

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହୁତି ଘଟଣାରେ ୨ଜଣ ଗିରଫ ହୋଇଛନ୍ତି। ସୌମ୍ୟଶ୍ରୀଙ୍କୁ ଉଦ୍ଧାର କରିଥିବା ଜ୍ୟୋତି ଓ ଶୁଭ୍ର ସମ୍ବିତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଶୁଭ୍ର ଏବିଭିପିର ରାଜ୍ୟ ଯୁବ ସମ୍ପାଦକ, ଏମାନେ ସୌମ୍ୟଶ୍ରୀଙ୍କୁ ଆତ୍ମହୁତି ପାଇଁ ପ୍ରବାର୍ତ୍ତାଇ ଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ସୌମ୍ୟାଶ୍ରୀ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦରେ ନିଜ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଥିଲା । ଏମ୍‌ସରେ ଦୀର୍ଘ ୫୫ଘଣ୍ଟାର ଜୀବନ ମରଣ ସହ ଲଢ଼େଇ କରିବା ପରେ ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି(୨୦)। ଭୁବନେଶ୍ବର ଏମ୍‌ସର ବର୍ଣ୍ଣ ବିଭାଗର ଆଇସିୟୁର ଭେଣ୍ଟିଲେଟର ଜରିଆରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ୮ଜଣିଆ ବିଶେଷଜ୍ଞ ଡାକ୍ତରଙ୍କ ସକଳ ପ୍ରଚେଷ୍ଟା ସତ୍ତ୍ବେ ଛାତ୍ରୀଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରି ନଥିଲା। ଜୁଲାଇ ୧୨ତାରିଖ ଦିନ ବାଲେଶ୍ବର ଜିଲା ହସ୍‌ପିଟାଲରୁ ସନ୍ଧ୍ୟା ୫ଟା ୧୫ମିନିଟ୍‌ରେ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯିବା ସହ ଆବଶ୍ୟକ ଉନ୍ନତ ଚିକିତ୍ସା କରାଯାଉଥିଲା। ତେବେ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ କିଡ୍‌ନୀ, ଫୁସ୍‌ଫୁସ୍‌ ଓ ଲିଭର ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଦିଲ୍ଲୀ ଏମ୍‌ସ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ତାଙ୍କର ଡାଏଲିସିସ୍‌ କରାଯାଉଥିଲା। ଅବସ୍ଥା ଆରମ୍ଭରୁ ସଙ୍କଟାପନ୍ନ ରହିଥିଲା। ତାଙ୍କର ଆରୋଗ୍ୟ କାମନା କରି ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଥିଲା। ଘଟଣାକୁ ନେଇ ବିରୋଧୀ ସରକାର ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଧାରଣା, ବିକ୍ଷୋଭ ତୀବ୍ରତର କରିଥିଲେ।
ସୂଚନା ଅନୁଯାୟୀ, ନିଜ ବିଭାଗର ଅଧ୍ୟାପକ(ବିଭାଗୀୟ ମୁଖ୍ୟ) ସମୀର କୁମାର ସାହୁଙ୍କ ବିରୋଧରେ ସୌମ୍ୟାଶ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଯାହାକୁ କଲେଜ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ ଛାତ୍ରୀଙ୍କୁ ଉପଯୁକ୍ତ ନ୍ୟାୟ ଦେବାରେ ଏହି କମିଟି ବିଫଳ ହୋଇଥିଲା। ନ୍ୟାୟ ପାଇବା ପାଇଁ ସବୁଆଡ଼ୁ ନିରାଶ ହେବାପରେ ଶନିବାର ଛାତୀଜଣକ ନିଜ ଦେହରେ ପେଟ୍ରୋଲ ଢ଼ାଳି କଲେଜରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୀଡ଼ିତାଙ୍କୁ ଭେଟିବା ସହ ପରିବାର ଲୋକଙ୍କୁ ଆଶ୍ବାସନା ଦେଇଥିଲେ। ଏହାସହ ଉନ୍ନତ ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ଦେହାନ୍ତ ହୋଇଯାଇଛି। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିଲା

Post Views16 Total Count

Apply Now


This will close in 0 seconds

error: Content is protected !!