ମୋ ସ୍କୁଲ ବିକାଶ ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ସହ ବେଦାନ୍ତର ବୁଝାମଣା

ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡଓଡ଼ିଶା ସରକାରଙ୍କ ଅଧିନରେ ପରିଚାଳିତ ମୋ ସ୍କୁଲ ଅଭିଯାନରେ ୨୧ଟି ସ୍କୁଲର ବିକାଶ ପାଇଁ ଏକ ଏମଓୟୁ ସ୍ୱାକ୍ଷର କରିଛି। ସହଯୋଗର ଏକ ଅଂଶ ଭାବରେ କମ୍ପାନି ଏହି ବିଦ୍ୟାଳୟ ଗୁଡ଼ିକରେ ସ୍ମାର୍ଟ ଶ୍ରେଣୀ ଗୃହ, ଇ- ଲାଇବ୍ରେରୀ, ଖେଳ ପଡ଼ିଆର ବିକାଶ, ବଗିଚା ଇତ୍ୟାଦି ଆବଶ୍ୟକୀୟ ଭିତିଭୂମ ନିର୍ମାଣ କରିବ ଯାହା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତନ ଆଣିବାକୁ କମ୍ପାନି ପକ୍ଷରୁ ଏହି ସହଯୋଗ।

ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ସରକାରୀ-ବେସରକାରୀ ସହଯୋଗରେ ସରକାରୀ ତଥା ସହାୟତା ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଉନ୍ନତି ପାଇଁ ଏକ ଅଭିଯାନ ଭାବରେ ପରିଚାଳିତ। ଓଡ଼ିଶା ସରକାରଙ୍କ ୫ଟି ବିଦ୍ୟାଳୟ ପରିବର୍ତନ କାର୍ଯ୍ୟକ୍ରମ ଅନୁଯାୟୀ ବେଦାନ୍ତ ୨୧ ଟି ସ୍କୁଲର ପରିବର୍ତନ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ।

ସହଭାଗିତା ସଂପର୍କରେ ଜି.ଜି.ପାଲ, ସିଇଓ-ଆଲୁମିନା ବିଜିନେସ, ବେଦାନ୍ତ ଲିମିଟେଡ କହିଛନ୍ତି ଯେ ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ ଆମେ ଓଡ଼ିଶା ସରକାରଙ୍କ ସହିତ ଭାଗିଦାରୀ ହୋଇ ଆମେ ଆନନ୍ଦିତ। ଏହି ପଦକ୍ଷେପ ଜରିଆରେ ବେଦାନ୍ତ ଆଲୁମିନିୟମ ଶିକ୍ଷାକୁ ସଶକ୍ତ କରିବ।

Post Views76 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!